ହାଥରସ ଘଟଣାର ଅଭିଯୁକ୍ତଙ୍କ ପାଇଁ ଲଢ଼ିବେ ଏପି ସିଂହ, ନିର୍ଭୟା ଦୋଷୀଙ୍କ ପାଇଁ ବି ଲଢ଼ିଥିଲେ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଘଟଣାର ଦୋଷୀଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିଥିବା ବରିଷ୍ଠ ଆଇନଜୀବୀ ଏପି ସିଂହ ଏବେ ପୁଣିଥରେ ଚର୍ଚ୍ଚାରେ। ଏପି ସିଂହ ଏବେ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିବେ ବୋଲି ଜଣାପଡ଼ିଛି। କୋର୍ଟରେ ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ପରିଚାଳନା କରିବା ପାଇଁ ଅଖିଲ ଭାରତୀୟ କ୍ଷେତ୍ରୀୟ ମହାସଭା ଏପି ସିଂହଙ୍କୁ ନିଯୁକ୍ତ କରିଛି। ମହାସଭାର ସଭାପତି ହେଉଛନ୍ତି ପୂର୍ବତନ […]

yu

Hemant Lenka
  • Published: Monday, 05 October 2020
  • , Updated: 05 October 2020, 08:46 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଘଟଣାର ଦୋଷୀଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିଥିବା ବରିଷ୍ଠ ଆଇନଜୀବୀ ଏପି ସିଂହ ଏବେ ପୁଣିଥରେ ଚର୍ଚ୍ଚାରେ। ଏପି ସିଂହ ଏବେ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କ ପାଇଁ କୋର୍ଟରେ ମାମଲା ଲଢ଼ିବେ ବୋଲି ଜଣାପଡ଼ିଛି।

କୋର୍ଟରେ ଅଭିଯୁକ୍ତଙ୍କ ସପକ୍ଷରେ ମାମଲା ପରିଚାଳନା କରିବା ପାଇଁ ଅଖିଲ ଭାରତୀୟ କ୍ଷେତ୍ରୀୟ ମହାସଭା ଏପି ସିଂହଙ୍କୁ ନିଯୁକ୍ତ କରିଛି। ମହାସଭାର ସଭାପତି ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ମନଭେନ୍ଦର ସିଂହ। ସେ ଏପି ସିଂହଙ୍କୁ ହାଥରସ ଘଟଣାର ଅଭିଯୁକ୍ତମାନଙ୍କ ପାଇଁ ଲଢ଼ିବାକୁ କହିଛନ୍ତି।

ରାଜା ମନଭେନ୍ଦର ସିଂହ ପ୍ରେସ ବାର୍ତ୍ତାରେ କହିଛନ୍ତି ଯେ ଏପି ସିଂହଙ୍କୁ ମାମଲା ଲଢ଼ିବା ବାବଦରେ ଅର୍ଥ ଦେବାକୁ ମହାସଭା ବହୁ ଟଙ୍କା ଲୋକଙ୍କ ଠାରୁ ସଂଗ୍ରହ କରିଛି। ହାଥରସ କେସ୍‌ ଜରିଆରେ ଏସ୍‌ସି-ଏସ୍‌ଟି ସଂପ୍ରଦାୟର ଲୋକଙ୍କୁ ଉଚ୍ଚ ଜାତିର ଲୋକଙ୍କ ବିରୋଧରେ ଅପବ୍ୟବହାର କରାଯାଉଛି। ଏହା ରାଜପୁତ ସଂପ୍ରଦାୟକୁ ବିଶେଷ ଭାବେ ଆଘାତ ଦେଇଛି। ହାଥରସ ଘଟଣାରେ ଏପି ସିଂହ ସମସ୍ତ ଅଭିଯୁକ୍ତଙ୍କ ସପକ୍ଷରେ ଲଢ଼େଇ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବେ ବୋଲି ସେ କହିଛନ୍ତି।

ଏବେ ହାଥରସ ଅଭିଯୁକ୍ତଙ୍କ ସପକ୍ଷରେ ଗୋଟିଏ ପରେ ଗୋଟିଏ ଉଚ୍ଚ ଜାତିର ସଂଗଠନ ବାହାରିବାରେ ଲାଗିଛନ୍ତି। ମହାସଭା ପୂର୍ବରୁ ସବର୍ଣ୍ଣ ସମାଜ ଅଭିଯୁକ୍ତଙ୍କ ସପକ୍ଷରେ ଧାରଣା ଦେଇଥିଲା। ଏଥିସହ ଅଭିଯୁକ୍ତଙ୍କୁ ନ୍ୟାୟ ଦାବିରେ ପଞ୍ଚାୟତ ମଧ୍ୟ ବସିଥିଲା।

Related story