ଚୀନ୍ ସୀମାରେ ଆପାଚି ଏବଂ ଚିନୁକ
ନୂଆଦିଲ୍ଲୀ: ଚୀନ ସହିତ ବିବାଦ ଚାଲିଥିବା ବେଳେ ଆମେରିକାର ବିମାନ କମ୍ପାନୀ ବୋଇଙ୍ଗ ଗତ ମାସରେ ୨୨ଟି ଆପାଚି (ଏଏଚ୬୪-ଇ ଆପାଚି) ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛି। ବର୍ତ୍ତମାନ ଏହି ସମସ୍ତ ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ନିକଟରେ ନିୟୋଜିତ ହୋଇଛି। ଏ ନେଇ ସେନା ଅଧିକାରୀ ସୂଚନା ଦେଇଛନ୍ତି।
ବୋଇଙ୍ଗ କମ୍ପାନୀ କହିଛି ଯେ ଏହା ଭାରତୀୟ ବାୟୁସେନାକୁ ସମସ୍ତ ୨୨ ଟି ଆପାଚି ଏବଂ ୧୫ ଟି ଚିନୁକ୍ ହେଲିକପ୍ଟର ଯୋଗାଣ ସରିଛି। ଭାରତୀୟ ସେନାର ଆବଶ୍ୟକତା ପୂରଣ କରିବାରେ ଏହି ଲଢ଼ୁଆ ବିମାନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏଏଚ-୬୪ଇ ଆପାଚି ବିଶ୍ୱର ଅଗ୍ରଣୀ ଯୁଦ୍ଧ ବିମାନଠାରୁ ଉନ୍ନତ ଏବଂ ଏହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇ ହେବ। ଆମେରିକା ସେନା କହିଛି, ଚିନୁକ୍ ହେଉଛି ଏକ ବହୁମୁଖୀ ଏବଂ ବହୁତ ଉଚ୍ଚରେ ଉଡ଼ିପାରୁଥିବା ବିମାନ। ଏହା ମୁଖ୍ୟତ ଯନ୍ତ୍ରପାତି, ଇନ୍ଧନ ପରିବହନ ପାଇଁ ବ୍ୟବହୃତ ହୁଏ।
Thank you, @IAF_MCC, for your partnership. We’re happy to have completed the deliveries of the 22 #AH64-E Apache and 15 #Chinook helicopters to India. pic.twitter.com/MLAFFXvWIe
— Boeing India (@Boeing_In) July 10, 2020
ସେପ୍ଟେମ୍ବର ୨୦୧୫ରେ ଭାରତ ବାୟୁସେନା ୨୨ଟି ଆପାଚି ହେଲିକପ୍ଟର ଏବଂ ୧୫ ଟି ଚିନୁକ୍ ହେଲିକପ୍ଟର କିଣିବା ପାଇଁ ବୋଇଙ୍ଗ ସହିତ ଭାରତର ଚୁକ୍ତି ହୋଇଥିଲା। ସେହିପରି ଫେବୃଆରୀରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ଭାରତୀୟ ସେନା ଆପାଚି ହେଲିକପ୍ଟର କିଣିବା ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା।
ଜଣେ ସେନା ଅଧିକାରୀ କହିଛନ୍ତି, ପୂର୍ବ ଲଦାଖରେ ଚୀନ୍ ସହ ହୋଇଥିବା ଅବରୋଧକୁ ଦୃଷ୍ଟିରେ ରଖି ଉଭୟ ଆପାଚି ଏବଂ ଚିନୁକ୍ ହେଲିକପ୍ଟର ଭାରତୀୟ ବାୟୁସେନା ଦ୍ୱାରା ନିୟୋଜିତ ହୋଇଛି। ଏଲଏସିରେ ଏହି ଲଢ଼ୁଆ ବିମାନ ନିୟୋଜିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।