କଲାମ, ଶିବାଜୀ ଏବଂ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉପରେ ହେବ ହଲିଉଡ୍ ଫିଲ୍ମ
ନୂଆଦିଲ୍ଲୀ: ପ୍ରସିଦ୍ଧ ଅଣୁ ବିଜ୍ଞାନୀ ତଥା ଲୋକପ୍ରିୟ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ କଲାମଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରର ପୋଷ୍ଟର ସାମ୍ନାକୁ ଆସିଛି। ଗତକାଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଫିଲ୍ମ ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଉପସ୍ଥିତିରେ ଏହାର ଉନ୍ମୋଚନ କରିଛନ୍ତି।
Released the first look of the biopic of Dr. A.P.J Abdul Kalam in New Delhi today. A joint venture of #Hollywood and #Tollywood, the feature film made on the iconic People’s President of India, will be released by end of this year. pic.twitter.com/KBjrxjC1lQ
— Prakash Javadekar (@PrakashJavdekar) February 9, 2020
ଏକ ପୋଷ୍ଟର ରିଲିଜ୍ ଇଭେଣ୍ଟର ଫଟୋ ଜାଭଡ଼େକର ନିଜ ଟ୍ୱିଟର ହ୍ୟାଣ୍ଡଳରେ ଅପଲୋଡ୍ କରିବା ସହ ଏ ବିଷୟରେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀଠାରେ ଏହି ପୋଷ୍ଟର ଉନ୍ମୋଚନ ହୋଇଛି। ସେ ଏହି ବିଷୟରେ କହିଛନ୍ତି, ଚଳିତ ବର୍ଷ ଶେଷରେ ‘ପିପୁଲ୍ସ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ଙ୍କ ବାୟୋପିକ୍ ଆସିବ। ଏହାର କାହାଣି ବାବଦରେ ସେ କହିଛନ୍ତି, ଜଣେ ଉତ୍ସର୍ଗୀକୃତ ଲୋକ କିଭଳି ଶୀର୍ଷକୁ ଯାଇପାରେ ଏଥିରେ ତା’ର କାହାଣୀ ବର୍ଣ୍ଣନା କରାଯାଇଛି।
ଏହି ଫିଲ୍ମ ଜନି ମାର୍ଟିନ୍, ଜଗଦୀଶ ଡାନେଟୀ ଏବଂ ସୁବର୍ଣ୍ଣ ପପ୍ପ୍ୟୁ ଏହାକୁ ମିଳିତ ଭାବେ ପ୍ରଯୋଜନା କରିବେ। ଅନ୍ୟପକ୍ଷରେ ଫିଲ୍ମ ର ନିର୍ଦ୍ଦେଶନା ଭାର ଜନି ମାର୍ଟିନ୍ ଓ ଜଗଦୀଶ ଡାନେଟୀଙ୍କ ଉପରେ ରହିବ। ସେମାନେ ମୋଟ ୫ଟି ପ୍ରୋଜେକ୍ଟ ପରେ କାମ କରିବାର ଅଛ। କେନ୍ଦ୍ରମନ୍ତ୍ରୀ ଜାଭଡ଼େକରଙ୍କ ସୂଚନା ଅନୁଯାୟୀ ଭାରତକୁ ଗର୍ବିତ କରିଥିବା ଶିବାଜୀ ଏବଂ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆଦି ବିଷୟକୁ ନେଇ ଫିଲ୍ମ ହେବ। ମୁଖ୍ୟତଃ ଭାରତରେ ଶୁଟିଂ ହେବାକୁ ଥିବା ଏହି ଫିଲ୍ମ ଅନ୍ତର୍ଜାତୀୟ ମାନର ହେବ ବୋଲି ଆଶା କରୁଥିବା ଜାଭଡ଼େକର କହିଛନ୍ତି।
ଟ୍ୱିଟ୍ରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉପରେ ଫିଲ୍ମ ହେବ ଲେଖିଥିଲେ ହେଁ ଏହା ୧୮୧୭ର ପାଇକ ବିଦ୍ରୋହ ନା ୧୮୫୭ର ସିପାହୀ ବିଦ୍ରୋହ ତାହା ସ୍ପଷ୍ଟ କରିନାହାନ୍ତି। ଓଡ଼ିଶାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି ହୋଇଆସୁଥିବାବେଳେ ସିପାହୀ ବିଦ୍ରୋହ ଉପରେ ଫିଲ୍ମ ହେବା ଏଥିରେ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।
ଏହା ପୂର୍ବରୁ ବଲିଉଡ୍ ଅଭିନେତା ପରେଶ ରାୱଲ ଏପିଜେ ଅବ୍ଦୁଲ କଲାମଙ୍କ ଭୂମିକାରେ ଅଭିନୟ କରିବା ନେଇ ଉତ୍ହିତ ଥିବା ଟ୍ୱିଟ୍ କରିଥିଲେ। କିନ୍ତୁ ବର୍ତ୍ତମାନର ପୋଷ୍ଟରରେ ସେ ନାହାନ୍ତି। ଏହି ଫିଲ୍ମରେ ମହମ୍ମଦ ଅଲ୍ଲୀ କଲାମଙ୍କ ଭୂମିକାରେ ଅଭିନୟ କରିବେ। ତେବେ ପରେଶ ଏହି ଫିଲ୍ମ ବାବଦରେ ହିଁ କହୁଥିଲେ କି ନା ତାହା ଜଣାପଡ଼ିନାହିଁ।
ମହମ୍ମଦ ଅଲ୍ଲୀ ଏହି ଫିଲ୍ମ ବାବଦରେ କହିଥିଲେ, “ମୁଁ କଲାମ ସାରଙ୍କ ବଡ଼ ଫ୍ୟାନ୍। ଅନ୍ୟ ଚରିତ୍ର ପରି ତାଙ୍କ ଚରିତ୍ର ପାଇଁ ଏତେ ପଢ଼ାପଢ଼ି କରିବାକୁ ପଡ଼ିବନି। ମୁଁ ତାଙ୍କୁ ଅନେକ ବର୍ଷ ଧରି ଅନୁସରଣ କରୁଛି। ତାଙ୍କ ସହ ଫଟୋଟିଏ ଉଠାଇବା ସମ୍ଭବ ହୋଇପାରିନଥିଲା, ଏବେ ତାଙ୍କ ଚରିତ୍ରରେ ଅଭିନୟ କରିବି। ଏହି ଭୂମିକାରେ ଅଭିନୟ କରିବା ଏକ ସମ୍ମାନ।”
ଦୁଇ ଫିଲ୍ମ ନିର୍ମାତା ମାର୍ଟିନ୍ ଏବଂ ଡାନେଟି ମଧ୍ୟ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ମାର୍ଟିନ୍ କହିଛନ୍ତି, “ଏହା ଭଲ ପ୍ରକଳ୍ପ ହେବ ଏବଂ ଜଗଦୀଶ ଡାନେଟିଙ୍କ ସହ କାମ କରିବା ଭଲ ଲାଗିବ। ମୁଁ ତାଙ୍କ ଫିଲ୍ମ ଦେଖିଛି ଏବଂ ସେ ମୋ ଫିଲ୍ମ ଦେଖିଛନ୍ତି। ଆମେ ଏକାଠି ଭଲ ଫିଲ୍ମ କରିପାରିବୁ।” ସେହିଭଳି ଡାନେଟି କହିଛନ୍ତି, ୨୦୨୦ ମସିହାରେ ଏପିଜେ ଅବ୍ଦୁଲ କଲାମଙ୍କ ବାୟୋପକ୍ ରିଲିଜ୍ ହେବ। ୨୦ ଦିନରେ ଏହାର ଶୁଟିଂ କରିବୁ। ବାକି ୬ ମାସ ବ୍ୟାକଗ୍ରାଉଣ୍ଡ କାମ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।