ଆପ୍ ରାଲିରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିଲା, ଆତ୍ମହତ୍ୟା ଉଦେଶ୍ୟ ନଥିଲା

ନୂଆଦିଲ୍ଲୀ: ଗତକାଲି ଆପ୍ ରାଲିରେ ଆତ୍ମହତ୍ୟା କରିଥିବା ଯୁବ ଚାଷୀ ଗଜେନ୍ଦ୍ର ସିଂହଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିଲା ଆତ୍ମହତ୍ୟା କରିବା ପାଇଁ ତାଙ୍କର କୌଣସି ଉଦେଶ୍ୟ ନଥିଲା ବୋଲି ତାଙ୍କର ସଂପର୍କୀୟ ଭାଇ ରାଜେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି, ଗଜେନ୍ଦ୍ର କୌଣସି ପ୍ରକାର ମାନସିକ ଚାପରେ ନଥିଲେ। ଅଦିନିଆ ବର୍ଷା ଯୋଗୁ ଗାଁରେ ବ୍ୟାପକ ଫସଲହାନୀ ହୋଇଥିବା ଯୋଗୁ ସେ ଗ୍ରାମବାସୀଙ୍କ ତରଫରୁ ପ୍ରତିନିଧି ସ୍ୱରୂପ ଆପ ରାଲିରେ ସାମିଲ ହୋଇଥିଲେ। କିଛି ସାହାଯ୍ୟ […]

gajendra

gajendra

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 06:55 AM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଆପ୍ ରାଲିରେ ଆତ୍ମହତ୍ୟା କରିଥିବା ଯୁବ ଚାଷୀ ଗଜେନ୍ଦ୍ର ସିଂହଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ଥିଲା ଆତ୍ମହତ୍ୟା କରିବା ପାଇଁ ତାଙ୍କର କୌଣସି ଉଦେଶ୍ୟ ନଥିଲା ବୋଲି ତାଙ୍କର ସଂପର୍କୀୟ ଭାଇ ରାଜେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି, ଗଜେନ୍ଦ୍ର କୌଣସି ପ୍ରକାର ମାନସିକ ଚାପରେ ନଥିଲେ। ଅଦିନିଆ ବର୍ଷା ଯୋଗୁ ଗାଁରେ ବ୍ୟାପକ ଫସଲହାନୀ ହୋଇଥିବା ଯୋଗୁ ସେ ଗ୍ରାମବାସୀଙ୍କ ତରଫରୁ ପ୍ରତିନିଧି ସ୍ୱରୂପ ଆପ ରାଲିରେ ସାମିଲ ହୋଇଥିଲେ। କିଛି ସାହାଯ୍ୟ ପାଇବା ଆଶାରେ ସେ ସେଠାକୁ ଯାଇଥିଲେ। ରାଲିରେ ଗ୍ରାମବାସୀଙ୍କ ସମସ୍ୟା ଉପସ୍ଥାପନ କରିବା ଲାଗି ତାଙ୍କୁ ଏକ ଲିଖିତ କାଗଜ ବି ଦିଆଯାଇଥିଲା।
ସେ ଆହୁରି ମଧ୍ୟ କହିଛନ୍ତି, ଗଜେନ୍ଦ୍ର ଗତକାଲି ରାଲି ପୂର୍ବରୁ ସକାଳ ୧୧ଟାରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଯାଇ ଭେଟିଥିବା ଆମେ ଶୁଣିବାକୁ ପାଇଛୁ। ଗଜେନ୍ଦ୍ରଙ୍କ ଦାଦା ଜୟଭୀର ସିଂହ ବି କହିଛନ୍ତି ଯେ ସେ ମନୀଷ ସିସୋଦିଆଙ୍କ ସହିତ ଯୋଗାଯୋଗରେ ଥିଲେ।

ରାଜେନ୍ଦ୍ର ଓ ଜୟଭୀର ସିଂହଙ୍କ ଏଭଳି ବୟାନ ପରେ ଘଟଣା ଆହୁରି ଜଟିଲ ହୋଇଯାଇଛି। ଅନ୍ୟପକ୍ଷରେ ଏ ଘଟଣା ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ଉପ-ରାଜ୍ୟପାଳ ନାଜୀବ ଜଙ୍ଗ ଓ ଦିଲ୍ଲୀ ପୁଲିସ୍ କମିଶନରଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ଏକ ଟିମ୍ ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ନାଙ୍ଗଲ ଝମରୱାଡ଼ା ଯାତ୍ରା କରିଛନ୍ତି।
ଗଜେନ୍ଦ୍ର ସିଂହଙ୍କ ଶେଷକୃତ୍ୟ ଆଜି ସଂପନ୍ନ ହୋଇଯାଇଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦୌସାର ପୂର୍ବତନ ସାଂସଦ ସଚୀନ ପାଇଲଟ ଗଜେନ୍ଦ୍ରଙ୍କ ଗାଁରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହିତ ଏହା ଏକ ଦୁଃଖଦ ଘଟଣା ବୋଲି କହିଥିଲେ। ରାଜପୁତ କରନି ସେନାର ଅଧ୍ୟକ୍ଷ ଲୋକେନ୍ଦ୍ର ସିଂହ କଲଭୀ କହିଛନ୍ତି ଯେ ସେ ରାଲିରେ ଉପସ୍ଥିତ ଲୋକଙ୍କ ସହିତ ଏହାର ଆୟୋଜକଙ୍କ ବିରୁଦ୍ଧରେ ଥାନାରେ ଏଫଆଇଆର ଦେବେ।

ଅନ୍ୟପକ୍ଷରେ ଗଜେନ୍ଦ୍ରଙ୍କ ଆତ୍ମହତ୍ୟାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ଓ ଭାଜପା ପକ୍ଷରୁ ଦିଲ୍ଲୀ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା କର୍ମୀଙ୍କୁ ଘଉଡ଼ାଇବାକୁ ପୁଲସକୁ ପାଣି ମାଡ଼ କରିବାକୁ ପଡ଼ିଥିଲା। ସେହିପରି ଲୋକସଭାରେ ମଧ୍ୟ ଏହି ଘଟଣାକୁ ନେଇ ହଟ୍ଟଗୋଳ ଦେଖାଯାଇଥିଲା । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହା ଉପରେ ବିତର୍କ ଦାବି କରିଥିଲେ। ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତିଙ୍କୁ ଗୃହକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ପଡ଼ିଥିଲା । ତୁରନ୍ତ ଜମି ଅଧିଗ୍ରହଣ ବିଲ୍ ଫେରାଇ ନେବାକୁ କଂଗ୍ରେସ ଦାବି କରିଛି।

ଜମି ଅଧିଗ୍ରହଣ ବିଲକୁ ନେଇ ବୁଧବାର ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଆପର ପ୍ରତିବାଦ ସଭା ଚାଲିଥିବା ବେଳେ ଘଟିଥିଲା ଏହି ଅଘଟଣ। ରାଲିରେ ଯୋଗ ଦେବାକୁ ଆସିଥିବା ଯୁବ ଚାଷୀନାମ ଗଜେନ୍ଦ୍ର ସିଂହ ସେଠାରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ି ଯାଇଥିଲେ ଓ ଗାମୁଛା ଦ୍ୱାରା ଏକ ଫାଶ ତିଆରି କରି ବେକରେ ବାନ୍ଧି ଗଛରୁ ଝୁଲି ଯାଇଥିଲେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେ ଜଣ ତୁରନ୍ତ ଗଛ ଉପରକୁ ଚଢ଼ି ଯାଇଥିଲେ ଓ ତାଙ୍କୁ ବଞ୍ଚାଇ ଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅପରାହ୍ନ ପ୍ରାୟ ୩ଟା ୪୫ ବେଳେ ତା’ର ମୃତୁ୍ୟ ହୋଇଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା ବୋଲି ଡାକ୍ତର ସୁନୀଲ ସକ୍ସସେନା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story