ଘାରିଲା ଭୟ, ଟ୍ରମ୍ପଙ୍କ ଶରଣ ପଶିଲେ ଇମ୍ରାନ୍‌

ନୂଆଦିଲ୍ଲୀ: ଭାରତ ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ନିକଟରେ ଶରଣ ପଶିବା ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। କଶ୍ମୀରକୁ ନେଇ ଭାରତ କିଛି ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରି ଆଜି ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ […]

army

army

Subrat Kumar Nayak
  • Published: Sunday, 04 August 2019
  • Updated: 04 August 2019, 10:50 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ନିକଟରେ ଶରଣ ପଶିବା ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। କଶ୍ମୀରକୁ ନେଇ ଭାରତ କିଛି ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରି ଆଜି ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି ଇମ୍ରାନ୍‌। ପୂର୍ବରୁ ଟ୍ରମ୍ପ ନିଜଆଡ଼ୁ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ଭାରତ ଏଥିରେ ଅରାଜି ହେବା ସହ କଶ୍ମୀର ମାମଲା ସମ୍ପୂର୍ଣ୍ଣ ଭାବେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ପଷ୍ଟ କରିସାରିଛି। ଅନ୍ୟପକ୍ଷରେ କଶ୍ମୀରର ରାଜନୀତିକ ଦଳମାନଙ୍କ ମଧ୍ୟରେ ସରକାରଙ୍କ ପଦକ୍ଷେପକୁ ନେଇ ବିଭିନ୍ନ ଆକଳନ ଏବଂ ବିରୋଧ ଜାରି ରହିଛି।

ତେବେ ଆସନ୍ତାକାଲି ହେବାକୁ ଥିବା କ୍ୟାବିନେଟ୍‌ ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ‘ଜମ୍ମୁ କଶ୍ମୀର’ ହିଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଅନୁମାନ କରାଯାଉଛି। ଜମ୍ମୁ କଶ୍ମୀରକୁ ଭାରତୀୟ ରାଜ୍ୟମାନଙ୍କ ତୁଳନାରେ ସ୍ୱତନ୍ତ୍ର କ୍ଷମତା ଦେଇଥିବା ଧାରା ୩୭୦ ଏବଂ ୩୫-ଏ ନେଇ ବିରୋଧୀ ଦଳମାନେ ମଧ୍ୟ ଆଶା ଆଶଙ୍କା ଦେଇ ଗତି କରୁଛନ୍ତି। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିସାରିଛନ୍ତିଯେ ଧାରା ୩୭୦ ଏକ ଅସ୍ଥାୟୀ ଧାରା, ଯାହାକୁ ଉଠାଯାଇପାରିବ। ତାଙ୍କର ଏହି ମନ୍ତବ୍ୟ ପରେ ସରକାର ସୁରକ୍ଷାକର୍ମୀଙ୍କୁ ଅଧିକ ମାତ୍ରାରେ ଠୁଳ କରିବା ବିରୋଧୀଙ୍କ ଆଶଙ୍କାକୁ ଇନ୍ଧନ ଯୋଗାଇଛି। ଆଜି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ସର୍ବଦଳୀୟ ବୈଠକ ଡାକିବା ସହ ମହମବତି ଶୋଭାଯାତ୍ରା କରି ବିରୋଧୀଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି।

ଝଡ଼ ପୂର୍ବର ପ୍ରସ୍ତୁତି ପରି ବର୍ତ୍ତମାନ ଦୁଇ ପଡ଼ୋଶୀ ଦେଶରେ ଘନ ଘନ ବୈଠକ ଆରମ୍ଭ ହୋଇସାରିଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଶ୍ମୀର ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଶ୍ମୀର ପ୍ରସଙ୍ଗରେ ବୈଠକ କରିଛନ୍ତି।

ଗତକାଲି କେରାନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୪ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ। ଏହି ଘଟଣା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ବିଭିନ୍ନ ଗୁଇନ୍ଦା ଏଜେନ୍ସିର ମୁଖିଆ ମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର, ର’ ମୁଖ୍ୟ ସାମନ୍ତ ଗୋଏଲ, ଗୃହ ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ କଶ୍ମୀରର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରିଥିବା ବୈଠକରେ ଭାରତ ପଟୁ ପ଼ଡ଼ୁଥିବା କ୍ଲଷ୍ଟର୍ ବୋମାକୁ ନେଇ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ପାକ୍ ସେନା ସାହାଯ୍ୟରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି। ଗତ ଫେବୃଆରୀରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ଶୈଳୀରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଏହାପରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ କଶ୍ମୀରରେ ନିୟୋଜିତ କରାଯାଇଛି। ସୁରକ୍ଷାକୁ ନଜରରେ ରଖି ଅମରନାଥ ଯାତ୍ରା ବାତିଲ୍ କରି ଫେରିଯିବା ପାଇଁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, କିଛି ଆତଙ୍କବାଦୀ ଜୁଲାଇ ୩୧ରୁ ଅଗଷ୍ଟ ୧ ମଧ୍ୟରେ କଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ସେହି ଉଦ୍ୟମକୁ ପ୍ରତିହତ କରିବା ସଙ୍ଗେସଙ୍ଗେ ପାଞ୍ଚରୁ ସାତ ଜଣ ଆତଙ୍କୀଙ୍କୁ ନିପାତ କରିଦେଇଛନ୍ତି। ଭାରତ ଏହି ନିହତ ଅନୁପ୍ରବେଶକାରୀଙ୍କ ମୃତଦେହ ନେଇ ଯିବା ପାଇଁ ପାକିସ୍ତାନ ସେନାକୁ କହିଥିଲେ ମଧ୍ୟ ସେମାନେ ଏଯାଏ ଏହାର ଜବାବ ଦେଇନାହାନ୍ତି। ପାକିସ୍ତାନ ପୂର୍ବ ଭଳି ଭାରତ ସହ ସାମ୍ନାରୁ ନଲଢ଼ି ଛାୟା ଯୁଦ୍ଧ ପନ୍ଥାକୁ ଆପଣାଇଛି। ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି କିପରି ଆର୍ମି କ୍ୟାମ୍ପ ଉପରେ ସଫଳତାର ସହିତ ଆକ୍ରମଣ କରିପାରିବେ, ସେଥିପାଇଁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି। ବର୍ଡର ଆକ୍ସନ ଟିମ୍‌ ବା ବ୍ୟାଟ ଜରିଆରେ ଏଭଳି ଆକ୍ରମଣ ଯୋଜନାକୁ ପାକିସ୍ତାନ ସେନା ଖୋଲାଖୋଲି ସମର୍ଥନ କରିଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story