ଡ୍ରଗ୍ସ ଲିଙ୍କ: ଅଭିନେତା ଅର୍ଜୁନ ରାମପଲଙ୍କୁ ପୁଣିଥରେ ସମନ

ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଡ୍ରଗ୍ସ ଲିଙ୍କର ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି ଏନସିବି ବଲିଉଡ ଅଭିନେତା ଅର୍ଜୁନ ରାମପଲଙ୍କୁ ପୁଣିଥରେ ସମନ କରିଛି। ଆସନ୍ତାକାଲି ତାଙ୍କୁ ମୁମ୍ବାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ନଭେମ୍ବର ୧୩ରେ ଏନସିବି ଅର୍ଜୁନଙ୍କୁ ମାରଥନ ଜେରା କରିଥିଲା। ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଲଗାତର ଦୁଇଦିନ ଏନସିବି ଜେରାର ସମ୍ମୁଖୀନ […]

f

Hemant Lenka
  • Published: Tuesday, 15 December 2020
  • , Updated: 15 December 2020, 04:53 PM IST

ମୁମ୍ବାଇ: ବଲିଉଡ ଓ ଡ୍ରଗ୍ସ ଲିଙ୍କର ଖୋଳତାଡ଼ ଜାରି ରଖିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି। ଡ୍ରଗ୍ସ ଲିଙ୍କର ଅଧିକ ତଥ୍ୟ ହାସଲ କରିବା ପାଇଁ ଆଜି ଏନସିବି ବଲିଉଡ ଅଭିନେତା ଅର୍ଜୁନ ରାମପଲଙ୍କୁ ପୁଣିଥରେ ସମନ କରିଛି। ଆସନ୍ତାକାଲି ତାଙ୍କୁ ମୁମ୍ବାଇ ସ୍ଥିତ ଏନସିବି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ ନଭେମ୍ବର ୧୩ରେ ଏନସିବି ଅର୍ଜୁନଙ୍କୁ ମାରଥନ ଜେରା କରିଥିଲା। ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟ ଲଗାତର ଦୁଇଦିନ ଏନସିବି ଜେରାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନଭେମ୍ବର ୧୦ରେ ଏନସିବି ଅଧିକାରୀମାନେ ଅର୍ଜୁନ ରାମପଲଙ୍କ ଘରେ ରେଡ୍‌ କରିଥିଲେ।

ଏହାପରେ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଜେରା ବେଳେ ଡ୍ରାଇଭର ଦେଇଥିବା ତଥ୍ୟକୁ ଆଧାର କରି ଏନସିବି ଅଧିକାରୀମାନେ ରାମପଲ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ସମନ କରିଥିଲେ।

Related story