ଲଦାଖରେ ବଦଳିଲା ଭାରତର ସୀମା ନୀତି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହିତ ଉତ୍ତେଜନା ପରେ ଭାରତ ସରକାର ଏଲଏସି ବା ସୀମା ନୀତିକୁ ବଦଳାଇ ଦେଇଛନ୍ତି। ପରିବର୍ତ୍ତିତ ନିଷ୍ପତ୍ତି ଅନୁସାରେ ଏଣିକି ଏଲଏସିକୁ ଭାରତୀୟ ସେନା ବିନା ଅସ୍ତ୍ରରେ ଯିବେ ନାହିଁ। ଆବଶ୍ୟକ ସ୍ଥଳେ ଅର୍ଥାତ୍ ଅସାଧାରଣ ପରିସ୍ଥିତିରେ ସେନା ବା ଯବାନ ମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ। ଏଥିପାଇଁ ଫିଲ୍ଡ କମାଣ୍ଡର ମାନଙ୍କୁ ସେନା ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏ ନେଇ ଚୀନ ସହ ଭାରତ କରିଥିବା ପୂର୍ଜ […]

army Convoy Ladakh

Subhransu Sekhar
  • Published: Sunday, 21 June 2020
  • , Updated: 21 June 2020, 10:03 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହିତ ଉତ୍ତେଜନା ପରେ ଭାରତ ସରକାର ଏଲଏସି ବା ସୀମା ନୀତିକୁ ବଦଳାଇ ଦେଇଛନ୍ତି। ପରିବର୍ତ୍ତିତ ନିଷ୍ପତ୍ତି ଅନୁସାରେ ଏଣିକି ଏଲଏସିକୁ ଭାରତୀୟ ସେନା ବିନା ଅସ୍ତ୍ରରେ ଯିବେ ନାହିଁ। ଆବଶ୍ୟକ ସ୍ଥଳେ ଅର୍ଥାତ୍ ଅସାଧାରଣ ପରିସ୍ଥିତିରେ ସେନା ବା ଯବାନ ମାନେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବେ। ଏଥିପାଇଁ ଫିଲ୍ଡ କମାଣ୍ଡର ମାନଙ୍କୁ ସେନା ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏ ନେଇ ଚୀନ ସହ ଭାରତ କରିଥିବା ପୂର୍ଜ ରାଜିନାମାରେ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ଭାରତ ଚୀନ୍ ମଧ୍ୟରେ ୧୯୯୬ ଏବଂ ୨୦୦୫ ମସିହାରେ ଏକ ଚୁକ୍ତି ହୋଇଥିଲା। ଯେଉଁଥିରେ ସୀମାରେ ଉଭୟ ପକ୍ଷର ସେନା ପରସ୍ପର ଉପରେ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା। ତେବେ ଗୁଲଓ୍ୱାନ ଉପତ୍ୟକାରେ ସଂଘର୍ଷ ହେବା ପରେ ଭାରତ ସରକାର ଏହି ଚୁକ୍ତିରେ ପରିବର୍ତ୍ତନ କରିଛନ୍ତି।

ଗଲଓ୍ୱାନ ଉପତ୍ୟକାରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ହେବା ପରେ ଏହି ଚୁକ୍ତିନାମାଗୁଡ଼ିକୁ ବଦଳାଇବା ପାଇଁ ସରକାର ବିଚାର କରିଥିଲେ। ଚୀନ୍ ସେନାଙ୍କ ଅତର୍କିତ ଆକ୍ରମଣ ଫଳରେ ଦେଶର 20 ବୀର ଯବାନ ଶହୀଦ ହୋଇଥିଲେ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କହିଛନ୍ତି ଯେ, ଦୁଇ ଦେଶରେ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ତେବେ ଏଥି ସହିତ ସାମରିକ ଏବଂ କୂଟନୀତିକ ସ୍ତରରେ ଚୀନ୍ ସହିତ ଆଲୋଚନା ଜାରି ରହିଛି।

Related story