ତିନି ସେନାମୁଖ୍ୟଙ୍କ ମୁଖ୍ୟ ବାଛିବେ ସେନାଧ୍ୟକ୍ଷ ରାୱତ

ନୂଆଦିଲ୍ଲୀ: ଆସନ୍ତାକାଲି ଷ୍ଟାଫ କମିଟି ମୁଖ୍ୟ(ସିସିଏସ୍‌) ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ। ସିସିଏସ୍‌ ମୁଖ୍ୟ ଭାବେ ଜେନେରାଲ ରାୱତ ହିଁ ୩ ସେନା ବାହିନୀର ଅଧ୍ୟକ୍ଷ କିଏ ହେବ, ତା’ର ନିଷ୍ପତ୍ତି ନେବେ। ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଣିକି ୩ ସେନା ବାହିନୀ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ପାଇଁ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ନିଯୁକ୍ତି ହେବେ ବୋଲି ଘୋଷଣା କରିଥିଲେ। ତଦନୁଯାୟୀ, […]

saa

Hemant Lenka
  • Published: Thursday, 26 September 2019
  • , Updated: 26 September 2019, 07:57 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ଷ୍ଟାଫ କମିଟି ମୁଖ୍ୟ(ସିସିଏସ୍‌) ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ। ସିସିଏସ୍‌ ମୁଖ୍ୟ ଭାବେ ଜେନେରାଲ ରାୱତ ହିଁ ୩ ସେନା ବାହିନୀର ଅଧ୍ୟକ୍ଷ କିଏ ହେବ, ତା’ର ନିଷ୍ପତ୍ତି ନେବେ।

ଚଳିତ ବର୍ଷ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଣିକି ୩ ସେନା ବାହିନୀ ମଧ୍ୟରେ ଉତ୍ତମ ସମ୍ପର୍କ ରଖିବା ପାଇଁ ଚିଫ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ନିଯୁକ୍ତି ହେବେ ବୋଲି ଘୋଷଣା କରିଥିଲେ। ତଦନୁଯାୟୀ, ଆସନ୍ତାକାଲି ଠାରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେବ।

ଆଜି କେନ୍ଦ୍ର ସରକାର ଜେନେରାଲ ରାୱତଙ୍କୁ ସିସିଏସ୍‌ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଆସନ୍ତାକାଲି ସେ ଚଳିତ ମାସ ଶେଷରେ ଅବସର ନେବାକୁ ଥିବା ବାୟୁସେନା ମୁଖ୍ୟ ମାର୍ଶଲ ବିଏସ୍‌ ଧନୋଆଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ।

ବରିଷ୍ଠତା ଭିତ୍ତିରେ ୩ ସେନା ମୁଖ୍ୟଙ୍କ ମଧ୍ୟରୁ କେନ୍ଦ୍ର ସରକାର ଜଣଙ୍କୁ ସିସିଏସ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥାଆନ୍ତି। ୨୦୧୨ରେ ନରେଶ ଚନ୍ଦ୍ର ଟାକ୍ସ ଫୋର୍ସର ପ୍ରସ୍ତାବ କ୍ରମେ ସିସିଏସ୍‌ ପୋଷ୍ଟ ସୃଷ୍ଟି କରାଯାଇଥିଲା। ସିସିଏସ୍‌ କମିଟିରେ ସ୍ଥଳସେନା, ବାୟୁସେନା ଓ ନୌସେନା ମୁଖ୍ୟ ରହିବେ।

Related story