ସେନାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ନେଇ ମୁହଁ ଖୋଲିଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ: ସିଆଚେନ୍‌ ଏବଂ ଲଦାଖ ଆଦି ସ୍ଥାନରେ ମୁତୟନ କରାଯାଇଥିବା ସେନାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ନେଇ ସିଏଜି ରିପୋର୍ଟ ଆସିବା ପରେ ସେନାଧ୍ୟକ୍ଷ ମୁହଁ ଖୋଲିଛନ୍ତି। ଏହି ବରଫାବୃତ ଅଞ୍ଚଳରେ ସ୍ୱତନ୍ତ୍ର ପୋଷାକ, ଜୋତା ଏବଂ ଚଷମା ଜରୁରୀ ହୋଇଥିବାବେଳେ ସେନାଙ୍କ ପାଇଁ ଅଭାବ ଲାଗିରହିଥିବା ଏତିରେ କୁହାଯାଇଥିଲା। ତେବେ ସେନାଧ୍ୟକ୍ଷ ନାରାଭଣେ ସ୍ପଷ୍ଟ କରିଛନ୍ତି ଏହା ୨୦୧୫-୧୬ର ଆଉଟ୍‌ଡେଟେଡ୍‌ ରିପୋର୍ଟ। ସେ କହିଛନ୍ତି, “ଏହା ବର୍ତ୍ତମାନର ରିପୋର୍ଟ ନୁହେଁ। ଏହା ୨୦୧୫-୧୬ ମସିହାର […]

siachen

Subrat Kumar Nayak
  • Published: Tuesday, 04 February 2020
  • , Updated: 04 February 2020, 04:29 PM IST

ନୂଆଦିଲ୍ଲୀ: ସିଆଚେନ୍‌ ଏବଂ ଲଦାଖ ଆଦି ସ୍ଥାନରେ ମୁତୟନ କରାଯାଇଥିବା ସେନାଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଅଭାବ ନେଇ ସିଏଜି ରିପୋର୍ଟ ଆସିବା ପରେ ସେନାଧ୍ୟକ୍ଷ ମୁହଁ ଖୋଲିଛନ୍ତି। ଏହି ବରଫାବୃତ ଅଞ୍ଚଳରେ ସ୍ୱତନ୍ତ୍ର ପୋଷାକ, ଜୋତା ଏବଂ ଚଷମା ଜରୁରୀ ହୋଇଥିବାବେଳେ ସେନାଙ୍କ ପାଇଁ ଅଭାବ ଲାଗିରହିଥିବା ଏତିରେ କୁହାଯାଇଥିଲା। ତେବେ ସେନାଧ୍ୟକ୍ଷ ନାରାଭଣେ ସ୍ପଷ୍ଟ କରିଛନ୍ତି ଏହା ୨୦୧୫-୧୬ର ଆଉଟ୍‌ଡେଟେଡ୍‌ ରିପୋର୍ଟ।

ସେ କହିଛନ୍ତି, “ଏହା ବର୍ତ୍ତମାନର ରିପୋର୍ଟ ନୁହେଁ। ଏହା ୨୦୧୫-୧୬ ମସିହାର ରିପୋର୍ଟ। ମୁଁ ନିଶ୍ଚିତ କରୁଛି, ଏବେ ଆମେ ପ୍ରସ୍ତୁତ ଅଛୁ। ଯାହା କିଛି ଆବଶ୍ୟକ ପଡ଼ୁଛି, ଆମେ ନିଶ୍ଚିତ କରୁଛୁ ସେସବୁ ଯେପରି ପୂରଣ କରାଯାଇପାରିବ।”

ସୋମବାର ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଥିଲା ସୀମିତ ବ୍ୟୟ ଅଟକଳରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସମସ୍ୟା ରହୁଛି। ବିଶେଷ କରି ବରଫ ଆଚ୍ଛାଦିତ ଅଞ୍ଚଳରେ ଏଭଳି ସ୍ଥିତି ରହିଥିବା କୁହାଯାଇଥିଲା।

ଏଥିରେ କୁହାଯାଇଥିଲା, ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ଅଞ୍ଚଳରେ ସେନା ରହୁଥିବା ବାସସ୍ଥାନର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ପାଇଲଟ୍‌ ପ୍ରୋଜେକ୍ଟ ବିଫଳ ହୋଇଛି। ପ୍ରତିକୂଳ ଜଳବାୟୁରେ ଦେଶସେବାରେ ନିୟୋଜିତ ଯବାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିପାରୁନଥିବା ଖବର ଦେଶରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

Related story