କରୋନା ମୁକାବିଲା ପାଇଁ ସେନାର ଅପରେସନ ନମସ୍ତେ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତୀୟ ସେନା ପକ୍ଷରୁ ଅପରେସନ ନମସ୍ତେ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତୟ ସେନା ସର୍ବଦା ସଜାଗ ରହିଛି ଓ ସରକାର ଏବଂ ଲୋକଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେନାଧ୍ୟକ୍ଷ ଏମଏମ ନରଭାଣେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାମାରୀ କରୋନା ବିପକ୍ଷରେ ଲଢ଼େଇ କରିବା ପାଇଁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏହାକୁ ସୂଚାର ରୂପେ ସମ୍ପାଦନ କରିବା ଆମର କର୍ତ୍ତବ୍ୟ। ସେ ସୀମାନ୍ତରେ […]

ed

Hemant Lenka
  • Published: Friday, 27 March 2020
  • , Updated: 27 March 2020, 04:40 PM IST

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତୀୟ ସେନା ପକ୍ଷରୁ ଅପରେସନ ନମସ୍ତେ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତୟ ସେନା ସର୍ବଦା ସଜାଗ ରହିଛି ଓ ସରକାର ଏବଂ ଲୋକଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେନାଧ୍ୟକ୍ଷ ଏମଏମ ନରଭାଣେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମହାମାରୀ କରୋନା ବିପକ୍ଷରେ ଲଢ଼େଇ କରିବା ପାଇଁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏହାକୁ ସୂଚାର ରୂପେ ସମ୍ପାଦନ କରିବା ଆମର କର୍ତ୍ତବ୍ୟ। ସେ ସୀମାନ୍ତରେ ମୁତୟନ ଥିବା ଯବାନମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଯବାନମାନେ ସେମାନଙ୍କ ଘର ଲୋକଙ୍କ ପାଇଁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ।

ସେହିପରି ସେମାନଙ୍କ ଛୁଟି ବାତିଲ ହୋଇଥିବାରୁ ଚିନ୍ତା କରନ୍ତୁ ନାହିଁ। ଅପରେସନ ପରାକ୍ରମ ବେଳେ ସମାନ ସ୍ଥିତି ଉପୁଜିଥିଲା। ଯବାନମାନେ ଏହି ଅପରେସନରେ ସଫଳତା ପାଇଥିଲେ। ମୋର ଆଶା ଅପରେସନ ନମସ୍ତେକୁ ମଧ୍ୟ ଆମେ ବେଶ ଭଲ ଭାବେ ସମ୍ପାଦନ କରି ବିଜୟୀ ହେବା। କରୋନା ବିରୋଧରେ ଯେଉଁ ଲଢ଼େଇ ଆରମ୍ଭ ହୋଇଛି ଆମକୁ ମଧ୍ୟ ଏଥିରେ ସାମିଲ ହେବାକୁ ପଡ଼ିବ।

ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବା ଆରମ୍ଭ କର୍ତ୍ତବ୍ୟ। ଜଣେ ଆର୍ମି ମୁଖ୍ୟ ହିସାବରେ ମୋ ଫୋର୍ସକୁ ସୁସ୍ଥ ଓ ଫିଟ୍‌ ରଖିବା ମୋର ପ୍ରଥମ ଲକ୍ଷ୍ୟ। ଆମେ ଆମ କର୍ତ୍ତବ୍ୟ ସମ୍ପାଦନ କରିବା ସହ ନିଜକୁ ମଧ୍ୟ କରୋନା ଦାଉରୁ ରକ୍ଷା କରିବାକୁ ପଡ଼ିବ।

ସାମାଜିକ ଦୂରତ୍ୱ ହିଁ କରୋନା ମୁକାବିଲାର ଏକ ପ୍ରକାର ମାଧ୍ୟମ। ଅପରେସନ ନମସ୍ତେ ସ୍ଥଳ ସେନା ଆରମ୍ଭ କରିବା ସହ ସାରା ଦେଶରେ ୮ଟି କ୍ୱାରେଣ୍ଟାଇନ ହଲ ନିର୍ମାଣ କରିଛି। ଏଥିସହ ଯବାନମାନେ ବିଭିନ୍ନ ସ୍ଥାନରେ ମୁତୟନ ହୋଇ ଲୋକଙ୍କୁ ସହଯୋଗ କରୁଛନ୍ତି। ଭାରତୀୟ ସେନା ସୀମାରେ ମଧ୍ୟ ତା’ର କର୍ତ୍ତବ୍ୟ କରୁଛି ବୋଲି ସେ କହିଛନ୍ତି।

Related story