ଏଲଓସିରେ ପାକ୍‌ ପୋଷ୍ଟକୁ ଉଡ଼ାଇଦେଲା ଭାରତ

ନୂଆଦିଲ୍ଲୀ:ଜବରଦସ୍ତ ପରାକ୍ରମ ଦେଖାଇଲା ଭାରତୀୟ ସେନା। ସୀମାରେ ପାକିସ୍ତାନର ଗୋଟିଏ ସେନା ପୋଷ୍ଟକୁ ଧ୍ୱଂଶ କରିଦେବାରେ ସମର୍ଥ ହୋଇଛନ୍ତି ଭାରତୀୟ ଯବାନ। ଗତକାଲି ଏଲଓସି ତଥା ଜମ୍ମୁ ଏବଂ କଶ୍ମୀରିର ପୁଞ୍ଛ ଜିଲ୍ଲା ନିକଟରେ ପାକ୍‌ର ଏହି ପୋଷ୍ଟକୁ ଉଡ଼ାଇଦେଇଛି ଭାରତ। ପାକିସ୍ତାନ ସୈନ୍ୟଙ୍କ ଗୁଳିରେ ଜଣେ ଭାରତୀୟ ଯବାନ ଏବଂ ତାଙ୍କ ପତ୍ନୀ ସହିଦ ହେବା ପରେ ଭାରତୀୟ ସେନା ପକ୍ଷରୁ ଏହି ଜବାବ ଦିଆଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ପ୍ରଥମେ ଗୁଳି ଚଳାଇଥିଲା। […]

army

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 07:06 PM IST

ନୂଆଦିଲ୍ଲୀ:ଜବରଦସ୍ତ ପରାକ୍ରମ ଦେଖାଇଲା ଭାରତୀୟ ସେନା। ସୀମାରେ ପାକିସ୍ତାନର ଗୋଟିଏ ସେନା ପୋଷ୍ଟକୁ ଧ୍ୱଂଶ କରିଦେବାରେ ସମର୍ଥ ହୋଇଛନ୍ତି ଭାରତୀୟ ଯବାନ। ଗତକାଲି ଏଲଓସି ତଥା ଜମ୍ମୁ ଏବଂ କଶ୍ମୀରିର ପୁଞ୍ଛ ଜିଲ୍ଲା ନିକଟରେ ପାକ୍‌ର ଏହି ପୋଷ୍ଟକୁ ଉଡ଼ାଇଦେଇଛି ଭାରତ। ପାକିସ୍ତାନ ସୈନ୍ୟଙ୍କ ଗୁଳିରେ ଜଣେ ଭାରତୀୟ ଯବାନ ଏବଂ ତାଙ୍କ ପତ୍ନୀ ସହିଦ ହେବା ପରେ ଭାରତୀୟ ସେନା ପକ୍ଷରୁ ଏହି ଜବାବ ଦିଆଯାଇଛି। ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ପ୍ରଥମେ ଗୁଳି ଚଳାଇଥିଲା। ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତ। ଏଥିରେ ପାକିସ୍ତାନର ୨ ଜଣ ସୈନ୍ୟ ଏବଂ ୫ ଜଣ ସାଧାରଣ ଲୋକ ନିହତ ହୋଇଛନ୍ତି। ଏହା ପୂର୍ବରୁ ମେ ୨୩ରେ ଏମିତି ଢଙ୍ଗରେ ପାକିସ୍ତାନର ପୋଷ୍ଟକୁ ଉଡ଼ାଇଦେଇଥିଲା ଭାରତ।

Related story