ସନ୍ଧାନୀ କୁକୁରକୁ ଶ୍ରଦ୍ଧାଞ୍ଜଳି ଦେଲେ ଭାରତୀୟ ସେନା

ନୂଆଦିଲ୍ଲୀ: ଦେଶ ପ୍ରେମ ଯେ କେବଳ ମଣିଷମାନଙ୍କଠାରୁ ଦେଖାଯାଏ ତା’କୁ ଭୁଲ ପ୍ରମାଣିତ କରିଥିଲା ସନ୍ଧାନୀ କୁକର ‘ଡଚ୍‌’। ଏହି ‘ରିଅଲ ହିରୋ’ର ବିୟୋଗରେ ସେନାବାହିନୀର ଶ୍ରଦ୍ଧାଞ୍ଜଳି ଏବେ ଚର୍ଚ୍ଚାରେ ରହିଛି। ବୁଧବାର ପ୍ରାଣ ହରାଇଥିବା ଡଚ୍‌କୁ ମୃତ୍ୟୁବେଳକୁ ୯ ବର୍ଷର ହୋଇଥିଲା। #Condolence#ArmyCdrEC condoles the death of 'Dutch' a 9 yr old ED dog who died on 11 Sept. He was a decorated dog of #EasternCommand […]

dog

Subrat Kumar Nayak
  • Published: Saturday, 14 September 2019
  • , Updated: 14 September 2019, 05:36 PM IST

ନୂଆଦିଲ୍ଲୀ: ଦେଶ ପ୍ରେମ ଯେ କେବଳ ମଣିଷମାନଙ୍କଠାରୁ ଦେଖାଯାଏ ତା’କୁ ଭୁଲ ପ୍ରମାଣିତ କରିଥିଲା ସନ୍ଧାନୀ କୁକର ‘ଡଚ୍‌’। ଏହି ‘ରିଅଲ ହିରୋ’ର ବିୟୋଗରେ ସେନାବାହିନୀର ଶ୍ରଦ୍ଧାଞ୍ଜଳି ଏବେ ଚର୍ଚ୍ଚାରେ ରହିଛି। ବୁଧବାର ପ୍ରାଣ ହରାଇଥିବା ଡଚ୍‌କୁ ମୃତ୍ୟୁବେଳକୁ ୯ ବର୍ଷର ହୋଇଥିଲା।
https://twitter.com/easterncomd/status/1172664858749235201

ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡରେ ନିଯୁକ୍ତ ହୋଇଥିବା ଡଚ୍‌ ବିଭିନ୍ନ ଆତଙ୍କବାଦୀ ବିରୋଧୀ ମିଶନ୍‌ରେ ବିସ୍ଫୋରକ ସାମଗ୍ରୀ ଚିହ୍ନଟ କରିବାରେ ଉତ୍କର୍ଷତା ହାସଲ କରିଥିଲା। ସେନା ପକ୍ଷରୁ ଏହାର ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କିଛି ଫଟୋ ଟ୍ୱିଟ୍‌ କରାଯାଇଛି। ଫଟୋରେ ଲେଖାଅଛି, ‘ଦେଶସେବାରେ ରିଅଲ ହିରୋ’।

ସେନାର ପୋଷ୍ଟ ପରେ ସୋଶାଲ ମିଡିଆରେ ବିଭିନ୍ନ ଭାବଭରା ପୋଷ୍ଟ ସବୁ ଦେଖିବାକୁ ମିଳୁଛି। ଜଣେ ଲେଖିଛନ୍ତି, ଯଦିଓ ଏହା ଏକ ଦୁଃଖଦ ପୋଷ୍ଟ, କିନ୍ତୁ ଏହା ସାହସୀ କୁକୁରଟିର ସମ୍ମାନରେ ଏକ ସୁନ୍ଦର ପୋଷ୍ଟ ମଧ୍ୟ। ଏହି ଗ୍ରହରେ ବସବାସ କରୁଥିବା ସମସ୍ତ ଜୀବନ୍ତ ପ୍ରାଣୀଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି। ମୁଁ ଜାଣିକରି ଆନନ୍ଦିତ ଯେ, ଆମେ ସେମାନଙ୍କୁ ସେମାନେ ପାଇବାକୁ ଥିବା ସମ୍ମାନ ଜଣାଉଛେ।

Related story