ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ, ୮ ଦିନ ପରେ ଜେଲରୁ ମୁକୁଳିବେ

ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର) ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ। ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଅର୍ଣ୍ଣବଙ୍କୁ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ। ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିବା […]

Arnab-Goswami

Tapas Behera
  • Published: Wednesday, 11 November 2020
  • , Updated: 11 November 2020, 05:44 PM IST

ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର) ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ। ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଅର୍ଣ୍ଣବଙ୍କୁ ଜାମିନ ମଂଜୁର କଲେ ସୁପ୍ରିମକୋର୍ଟ। ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ।

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିବା ବେଳେ କୋର୍ଟ ପୁଲିସର ତଦନ୍ତ ଉପରେ କ୍ଷୁବ୍ଧ ହୋଇଛନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲୁଥିବା ବେଳେ ଅଭିଯୁକ୍ତଙ୍କୁ ଜାମନ ନମିଳିବା ଅନ୍ୟାୟ ହେବ।

ପ୍ରଥମେ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବମ୍ୱେ ହାଇକୋର୍ଟ ନାମଞ୍ଜୁର କରିବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ମାମଲା। ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ବେଞ୍ଚ ଏହି ମାମଲାର ଆଜି ଶୁଣାଣି କରିଛନ୍ତି।

ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ଉପରେ ଜଷ୍ଟିସ ଚନ୍ଦ୍ରଚୁଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ବମ୍ୱେ ହାଇକୋର୍ଟ ନିଜ ଆଦେଶରେ 50ରୁ ଅଧିକ ପୃଷ୍ଠାର ରାୟ ଦେଇଛନ୍ତି। ହେଲେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ଅପରାଧ କଣ ରହିଛି ଉଲ୍ଲେଖ କରି ନାହାନ୍ତି। ଯାହାକୁ ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହପରି ଇଣ୍ଟେରିଅର ଡିଜାଇନରଙ୍କୁ ବକେୟା ନେଣ ଦେଣର ମାମଲା ରହିଛି ତାହେଲେ ଏହା କିଭଳି ଆତ୍ମହତ୍ୟା ପାଇଁ ଉସକାଗଲା ବୋଲି ଜଷ୍ଟିସ ଚନ୍ଦ୍ରଚୁଡ ଟିପ୍ପଣୀ କରିଛନ୍ତି। ବମ୍ୱେ ହାଇକୋର୍ଟଙ୍କ ପାଖରେ ଜାମିନ୍ ଦେବାର ଅଧିକାର ରହିଛି, ଗୋସ୍ୱାମୀଙ୍କ ଅପରାଧ ଉଲ୍ଲେଖ ନକରି ଜାମିନ୍ ନଦେବା ନେଇ ଜଷ୍ଟିସ୍ ଡି ଚନ୍ଦ୍ରଚୁଡ ଅସନ୍ତୋଷ ପ୍ରକାଶ କରିଥିଲେ।

ଜାମିନ୍ ମାଗିବା ସମସ୍ତଙ୍କର ଅଧିକାର ବୋଲି କୋର୍ଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଓକିଲ ସାଲଭେ କହିଥିଳେ। ହେଲେ ତାଙ୍କ କ୍ଲାଏଣ୍ଟଙ୍କୁ ବେଆଇନ୍ ବୋଲି ସିଜିଏମ୍ କହିସାରିଥିବା ବେଳେ ଜାମିନ୍ ମିଳୁନି ବୋଲି ସାଲଭେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ମୃତକ ଏବଂ ଗୋସ୍ୱାମୀଙ୍କ ବିରୋଧରେ ସିଧାସଳଖ ସମ୍ପର୍କ ନାହିଁ। ତେଣୁ କାହିଁକି ଜାମିନ୍ ମିଳୁନି ବୋଲି ସାଲଭେ ଜଷ୍ଟିସ୍ ଡି ଚନ୍ଦ୍ରଚୁଡଙ୍କ ଆଗରେ କହିଛନ୍ତି।
https://twitter.com/PandaJay/status/1326479342709342210?s=20

ସୂଚନା ଅନୁଯାୟୀ, ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିଥିବା ୫୩ ବର୍ଷୀୟ ଆର୍କିଟେକଚର ଓ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ମାମଲାରେ ଗିରଫ କରାଯାଇ ଥିଲା।

ନାଏକ ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଡ ନୋଟରେ ଅର୍ଣ୍ଣବ ଗୋସ୍ୱାମୀ ଓ ରିପବ୍ଲିକ ଟିଭି ତାଙ୍କୁ ପ୍ରାପ୍ୟ ନ ଦେଇ ହଇରାଣ କରୁଥିବା ଉଲ୍ଲେଖ କରିଥିଲେ।

ତେବେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି ଯେ, ସୁପ୍ରମିକୋର୍ଟ ଅର୍ଣ୍ଣବଙ୍କୁ ଜାମିନ ମଞ୍ଜୁର କରି ଆଇନର ମର୍ଯ୍ୟାଦା ସୁରକ୍ଷିତ ହୋଇପାରିଛି। ମହାରାଷ୍ଟ୍ର ପୁଲିସ ଯେଉଁଭଳି ଭାବେ ଆଇନକୁ ମୋଡ଼ିମକଚି ବ୍ୟବହାର କଲା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଏହି ରାୟ ଅତ୍ୟନ୍ତ ଯୁଗାନ୍ତକାରୀ।  ସେହିପରି ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଯେଉଁଭଳି ପୁଲିସ ଏକଛତ୍ରବାଦୀ ବ୍ୟବହାର କରୁଛି ଏହି ରାୟ ସେମାନଙ୍କ ପାଇଁ ଏକ ପ୍ରକାର ଚେତାବନୀ ବୋଲି ସେ କହିଛନ୍ତି।

Related story