ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ସବୁ ଚାକିରିଆ ବାଧ୍ୟ

ନୂଆଦିଲ୍ଲୀ: କୋଭିଡ-୧୯ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ୱାସ୍ଥ୍ୟ ଟ୍ରାକିଂ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି। ଏଣିକି ସମସ୍ତ ସରକାରୀ ଓ ଘରୋଇ କର୍ମଚାରୀମାନେ ଏହି ଆପକୁ ଡାଉନଲୋଡ କରିବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଘରୋଇ ସଂସ୍ଥାର ମୁଖ୍ୟମାନେ ଏନେଇ ତାଙ୍କ କର୍ମଚାରୀଙ୍କୁ କହିବେ ଓ ୧୦୦ ପ୍ରତିଶତ ଲୋକ ଯେମିତି ଏହାକୁ ଡାଉନଲୋଡ କରିବେ, ସେକଥା ନିଶ୍ଚିତ କରିବେ। ସେହିପରି କୋଭିଡ-୧୯ର କଣ୍ଟେନମେଣ୍ଟ […]

fr

Hemant Lenka
  • Published: Saturday, 02 May 2020
  • , Updated: 02 May 2020, 08:32 PM IST

ନୂଆଦିଲ୍ଲୀ: କୋଭିଡ-୧୯ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ୱାସ୍ଥ୍ୟ ଟ୍ରାକିଂ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି। ଏଣିକି ସମସ୍ତ ସରକାରୀ ଓ ଘରୋଇ କର୍ମଚାରୀମାନେ ଏହି ଆପକୁ ଡାଉନଲୋଡ କରିବେ ବୋଲି କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଘରୋଇ ସଂସ୍ଥାର ମୁଖ୍ୟମାନେ ଏନେଇ ତାଙ୍କ କର୍ମଚାରୀଙ୍କୁ କହିବେ ଓ ୧୦୦ ପ୍ରତିଶତ ଲୋକ ଯେମିତି ଏହାକୁ ଡାଉନଲୋଡ କରିବେ, ସେକଥା ନିଶ୍ଚିତ କରିବେ। ସେହିପରି କୋଭିଡ-୧୯ର କଣ୍ଟେନମେଣ୍ଟ ଜୋନରେ ରହୁଥିବା ଲୋକମାନେ ମଧ୍ୟ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ବାଧ୍ୟ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ସରକାରୀ ଓ ଘରୋଇ କ୍ଷେତ୍ରରେ କର୍ମଚାରୀମାନେ ଆରୋଗ୍ୟ ସେତୁ ଆପର ବ୍ୟବହାର କରିବାକୁ ବାଧ୍ୟ। କର୍ମଚାରୀମାନେ ଏହାର ଶତପ୍ରତିଶତ ବ୍ୟବହାର କରୁଛନ୍ତି କି ନାହିଁ, ସେକଥା ସଂସ୍ଥାର ମୁଖ୍ୟମାନେ ତଦାରଖ କରିବେ।”

ଏହି ଆପ ଦ୍ୱାରା କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ମିଳିପାରିବ। ସେହିପରି ଆପ ଦ୍ୱାରା ଜଣେ ବ୍ୟକ୍ତି, ତାଙ୍କ ଆଖପାଖରେ କରୋନା ରୋଗୀ ରହିଛନ୍ତି କି ନାହିଁ ସେକଥା ମଧ୍ୟ ଜାଣିପାରିବେ।

Related story