ଶପଥ ଉତ୍ସବ ପାଇଁ ମୋଦିଙ୍କୁ ଡାକିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ସହ ତୃତୀୟ ଥର ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ଆମ ଆଦମୀ ପାର୍ଟି ଆସନ୍ତା ୧୬ ତାରିଖରେ ସରକାର ଗଠନ କରିବ। ୧୬ ତାରିଖରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ଏଥିପାଇଁ ଗତକାଲି ଆପ ଦିଲ୍ଲୀବାସୀଙ୍କୁ ନିମନ୍ତ୍ରଣ କରିଥିଲା। ହେଲେ ଆଜି କେଜ୍ରିୱାଲ ନିଜର ଶପଥ ପାଠ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ୨୦୧୫ରେ ମଧ୍ୟ କେଜ୍ରିୱାଲ […]

y

Hemant Lenka
  • Published: Friday, 14 February 2020
  • , Updated: 14 February 2020, 04:20 PM IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଜନମତ ସହ ତୃତୀୟ ଥର ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ଆମ ଆଦମୀ ପାର୍ଟି ଆସନ୍ତା ୧୬ ତାରିଖରେ ସରକାର ଗଠନ କରିବ। ୧୬ ତାରିଖରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

ଏଥିପାଇଁ ଗତକାଲି ଆପ ଦିଲ୍ଲୀବାସୀଙ୍କୁ ନିମନ୍ତ୍ରଣ କରିଥିଲା। ହେଲେ ଆଜି କେଜ୍ରିୱାଲ ନିଜର ଶପଥ ପାଠ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ୨୦୧୫ରେ ମଧ୍ୟ କେଜ୍ରିୱାଲ ଶପଥ ଉତ୍ସବ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ସେ ଉତ୍ସବକୁ ଆସି ନଥିଲେ। ଏଥିର ମଧ୍ୟ କେଜ୍ରିୱାଲଙ୍କ ଶପଥ ଉତ୍ସବରେ ମୋଦି ଯୋଗଦେବା ଆଶା କ୍ଷୀଣ।

ଆପର ଦିଲ୍ଲୀ ୟୁନିଟ ଆବାହକ ଗୋପାଲ ରାଏ ଗତକାଲି କହିଥିଲେ ଯେ କେଜ୍ରିୱାଲଙ୍କ ଶପଥ ଉତ୍ସବ ପାଇଁ କୌଣସି ବାହାର ରାଜ୍ୟର ରାଜନେତା ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯିବ ନାହିଁ। ଦିଲ୍ଲୀବାସୀ ହିଁ ଏହି ଶପଥ ପାଠ ଉତ୍ସବରେ ଭାଗ ନେବେ।

ଦିଲ୍ଲୀର ୭୯ଟି ବିଧାନସଭା ଆସନରୁ କେଜ୍ରିୱାଲଙ୍କ ଦଳ ଏକାକୀ ୬୨ଟିରେ ବାଜିମାତ କରିଛି। ବିଜେପି ୮ଟିରେ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

Related story