ନାଁ ନନେଇ ନବୀନଙ୍କୁ ସମାଲୋଚନା କଲେ କେଜ୍ରି, କହିଲେ ଲକ୍‌ଡାଉନ୍‌ ଅବଧି ବଢ଼ାଇବା କେନ୍ଦ୍ରର କାମ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଅବଧି ବଢ଼ାଇବା ଜାତୀୟ ନିଷ୍ପତ୍ତି ହେବା ଦରକାର କହି ଓଡ଼ିଶା ସରକାର ଏବଂ ପଞ୍ଜାବ ସରକାରଙ୍କ ପଦକ୍ଷେପକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସେ ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଲକ୍‌ଡାଉନ୍‌ ଅବଧି ସରୁଛି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବଧି ଏପ୍ରିଲ ୩୦ ଯାଏ ବଢ଼ାଇବାକୁ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ପଞ୍ଜାବ ସରକାର ମଧ୍ୟ ତାଙ୍କୁ ଅନୁସରଣ କରିଥିଲେ। […]

Kejri

Subrat Kumar Nayak
  • Published: Saturday, 11 April 2020
  • , Updated: 11 April 2020, 06:03 PM IST

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ଅବଧି ବଢ଼ାଇବା ଜାତୀୟ ନିଷ୍ପତ୍ତି ହେବା ଦରକାର କହି ଓଡ଼ିଶା ସରକାର ଏବଂ ପଞ୍ଜାବ ସରକାରଙ୍କ ପଦକ୍ଷେପକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ସେ ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଲକ୍‌ଡାଉନ୍‌ ଅବଧି ସରୁଛି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବଧି ଏପ୍ରିଲ ୩୦ ଯାଏ ବଢ଼ାଇବାକୁ ପ୍ରଥମେ ଘୋଷଣା କରିଥିଲେ। ଏହାପରେ ପଞ୍ଜାବ ସରକାର ମଧ୍ୟ ତାଙ୍କୁ ଅନୁସରଣ କରିଥିଲେ।

ତେବେ କରୋନା ଲଢ଼େଇ ସମଗ୍ର ଦେଶ ଲଢ଼ୁଥିବାରୁ କିଛି ରାଜ୍ୟଙ୍କ ଆଗଚଲା ପଦକ୍ଷେପକୁ କେଜ୍ରିୱାଲ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନିଷ୍ପତ୍ତି ଜାତୀୟ ସ୍ତରରେ ହେବା ଦରକାର। ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ରାଜ୍ୟ ସବୁ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ନିଜେ ନିଜେ ନିଷ୍ପତ୍ତି ନେଇଯିବେ, କରୋନା ଲଢ଼େଇ ପ୍ରଭାବୀ ହୋଇପାରିବନି।” ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ କରୋନା ଜନିତ ସ୍ଥିତି ସଙ୍ଗିନ ରହିଛି। ଏଠାରେ ତୃତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି।

କେଜ୍ରିୱାଲ କହିଛନ୍ତି, “ଯଦି ଲକ୍‌ଡାଉନ୍‌ କୋହଳ ହେବ ସବୁ ପରିବହନ ବ୍ୟବସ୍ଥା ଯେପରିକି ସଡ଼କ ବା ଟ୍ରେନ୍‌ ପରିବହନ ଆଦିକୁ ଅନୁମତି ଦେବା ଉଚିତ ନୁହେଁ।”

ଏହା ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା କରି କହିଥିଲେ, ଏହା ଗତ ଶହେ ବର୍ଷରେ ମଣିଷ ସାମ୍ନା କରିଥିବା ସବୁଠାରୁ ବଡ଼ ଆତଙ୍କ। ଜୀବନ ଆଉ ପୂର୍ବ ପରି ହେବନି।

Related story