ସ୍ୱତନ୍ତ୍ର ବିଧାନସଭା ଡାକି କୃଷି ଆଇନ କପିକୁ ଚିରିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଦିଲ୍ଲୀ ସରକାର ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ଏହି ଦିନିକିଆ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହ ମଧ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଥିଲେ। ଏଥିସହ ସେ ସର୍ବସମ୍ମୁଖରେ କେନ୍ଦ୍ର ସରକାର ଜାରି କରିଥିବା କୃଷି ଆଇନର କପିକୁ ଚିରି ଫୋପାଡି ଦେଇଛନ୍ତି। କେନ୍ଦ୍ର ସରକାର ଇଂରେଜମାନଙ୍କ ଠାରୁ ଅଧିକ ଖରାପ ପରିସ୍ଥିତି ସୃଷ୍ଟି ନ କରନ୍ତୁ ବୋଲି ସେ […]

dd

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 05:23 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ଦିଲ୍ଲୀ ସରକାର ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ। ଏହି ଦିନିକିଆ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହ ମଧ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଥିଲେ। ଏଥିସହ ସେ ସର୍ବସମ୍ମୁଖରେ କେନ୍ଦ୍ର ସରକାର ଜାରି କରିଥିବା କୃଷି ଆଇନର କପିକୁ ଚିରି ଫୋପାଡି ଦେଇଛନ୍ତି।

କେନ୍ଦ୍ର ସରକାର ଇଂରେଜମାନଙ୍କ ଠାରୁ ଅଧିକ ଖରାପ ପରିସ୍ଥିତି ସୃଷ୍ଟି ନ କରନ୍ତୁ ବୋଲି ସେ ନିବେଦନ ମଧ୍ୟ କରିଛନ୍ତି। ଦିଲ୍ଲୀ ସୀମାରେ ଦୀର୍ଘ ୨୨ ଦିନ ହେଲା ହଜାର ହଜାର ଚାଷୀ ଆନ୍ଦୋଳନ କରୁଛନ୍ତି। ଏହି ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ।

ଗୃହରେ ଉଦବୋଧନ ଦେଇ କେଜ୍ରିୱାଲ କହିଛନ୍ତି, “ମୁଁ ଆଜି କେନ୍ଦ୍ର ସରକାର ଜାରି କରିଥିବା ୩ଟି ଯାକ କୃଷି ଆଇନର କପିରୁ ବିଧାନସଭାରେ ଚିରୁଛି। ଏଥିସହ ବ୍ରିଟିଶରଙ୍କ ଠାରୁ କେନ୍ଦ୍ର ସରକାର ଅଧିକ ନିର୍ଦ୍ଦୟ ନ ହେବାକୁ ନିବେଦନ କରୁଛି। କରୋନା ଭାଇରସ ଭଳି ମହାମାରୀ ଭିତରେ କେନ୍ଦ୍ର ସରକାର କାହିଁକି ତରବରିଆ ଭାବେ ସଂସଦରେ କୃଷି ଆଇନକୁ ପାରିତ କଲେ?

ବର୍ତ୍ତମାନ ପ୍ରତିଟି ଚାଷୀ ଭଗତ ସିଂହ ହୋଇଯାଇଛନ୍ତି। ସରକାର କହୁଛନ୍ତି ସେ ଚାଷୀଙ୍କ ପାଖରେ ପହଞ୍ଚି ବିଲ୍‌ ଯୋଗୁ କ’ଣ ଲାଭ ମିଳିବ ସେକଥା କହୁଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ବିଲ୍‌ ଦ୍ୱାରା ଚାଷୀଙ୍କ ଜମି କେହି ବି ନେଇ ପାରିବେ ନାହିଁ। ଏହା କ’ଣ ଗୋଟିଏ ଫାଇଦା?

କିଛି ବିଜେପି ନେତା ଚାଷୀଙ୍କୁ ଦେଶଦ୍ରୋହୀ କହୁଛନ୍ତି। ଅନେକ ପୂର୍ବତନ ସେନା କର୍ମଚାରୀ, କଣ୍ଠଶିଳ୍ପୀ, ସେଲେବ୍ରେଟି, ଡାକ୍ତର, ବ୍ୟବସାୟୀମାନେ ଚାଷୀଙ୍କୁ ସମର୍ଥନ କରୁଛନ୍ତି। କ’ଣ ସେମାନେ ସମସ୍ତେ ଦେଶଦ୍ରୋହୀ?
https://twitter.com/i/status/1339522605921886208
ଏହି ଆନ୍ଦୋଳନରେ ୨୦ରୁ ଅଧିକ ଚାଷୀ ସହିଦ ହୋଇସାରିଲେଣି। ପ୍ରତିଦିନ ଜଣେ ଲେଖାଏ ଚାଷୀ ପ୍ରାଣ ହରାଉଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ସେ ଆଉ କେତେ ବଳିଦାନ ଓ କେତେ ଜଣଙ୍କ ଜୀବନ ନେବେ?”

କେବଳ କେଜ୍ରିୱାଲ ନୁହନ୍ତି, ବିଧାନସଭାରେ ଥିବା କିଛି ଆପ୍‌ ବିଧାୟକ ଓ ମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାର ଜାରି କରିଥିବା କୃଷି ଆଇନର କପିକୁ ଚିରି ଫୋପାଡ଼ି ଦେଇଛନ୍ତି।

Related story