ମସ୍କୋ: ଭାରତର ଅନୁରୋଧ ରକ୍ଷା କରିଛି ବନ୍ଧୁରାଷ୍ଟ୍ର ରୁଷ୍। ଆତଙ୍କବାଦର ଭୂସ୍ଵର୍ଗ କୁହାଯାଉଥିବା ପାକିସ୍ତାନକୁ ରୁଷ୍ ଅସ୍ତ୍ରଶସ୍ତ୍ର ପଠାଇବନି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ରୁଷ ଗସ୍ତ ଅବସରରେ ଏଭଳି ନୀତି ପରିବର୍ତ୍ତନ କରିଛି ରୁଷ୍।
ଏହି ଗସ୍ତରେ ରାଜନାଥ ରୁଷ୍ ପ୍ରତିପକ୍ଷ ଜେନେରାଲ ସଜିର୍ ଶୋଇଗୁଙ୍କ ସହ ବୈଠକ କରିଛନ୍ତି। ଦୁଇ ପକ୍ଷ ମଧ୍ୟରେ ବୈଠକ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ମସ୍କୋରେ ରୁଷ ପ୍ରତିରକ୍ଷା କାର୍ଯ୍ୟାଳୟଠାରେ ଏହି ବୈଠକ ଚାଲୁ ରହିଥିଲା।
ରାଜନାଥ ଏହି ବୈଠକ ପରେ କହିଛନ୍ତି, ଜେନେରାଲ ସଜିର୍ ଶୋଇଗୁଙ୍କ ସହ ବୈଠକ ବହୁତ ଭଲ ଥିଲା। ଆମେ ବହୁତ ପ୍ରସଙ୍ଗ ବାବଦରେ କଥା ହେଲୁ। ବିଶେଷ କରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ କୂଟନୀତିକ ସହଯୋଗ ଦୃଢ଼ କରିବା ଦିଗରେ ଆଲୋଚନା ହେଲା। ରାଜନାଥ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ସଂଘାଇ ସହଯୋଗ ସଂଗଠନ ବୈଠକ (ଏସସିଓ)ରେ ଯୋଗଦେବାକୁ ମସ୍କୋ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
National
ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍ ହେଲା ହସ୍ପିଟାଲ
ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।
Guest Column
ସ୍ୱାଧୀନତାର ୭୫ ବର୍ଷ ପରେ ନୂଆ ଚିନ୍ତନର ଆବଶ୍ୟକତା
କେନ୍ଦ୍ରରେ କ୍ଷମତାସୀନ ବିଜେପି ରାଷ୍ଟ୍ରବାଦ ଏବଂ ଗୋଟିଏ ଦେଶ ଓ ନିର୍ବାଚନ କଥା କହୁଥିଲେ ମଧ୍ୟ ପ୍ରତ୍ୟେକ ଅଞ୍ଚଳର ଭାବନା ଓ ନିଜସ୍ୱ ପରିଚୟ ପାଇଁ ରହିଥିବା ଚେତନା ବିଷୟରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି। ସେଥିପାଇଁ ଓଡ଼ିଶାରେ ଗତ ନିର୍ବାଚନରେ ରାଜ୍ୟରେ ଗୋଟିଏ ଆଞ୍ଚଳିକ ଦଳ କ୍ଷମତାସୀନ ଥିଲେ ମଧ୍ୟ ତାହା ବିରୋଧରେ ଓଡ଼ିଆ ଅସ୍ମିତାର ସ୍ଳୋଗାନ ଦିଆଯାଇ ସେହି ଦଳକୁ କ୍ଷମତାଚ୍ୟୁତ କରାଗଲା।