ଅଶାନ୍ତ କାଶ୍ମୀରରେ ଗୃହମନ୍ତ୍ରୀ, ବିଭିନ୍ନ ଦଳ ନେତାଙ୍କ ସହ କରିବେ ଆଲୋଚନା

ଶ୍ରୀନଗର: ଅଶାନ୍ତ କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇଦିନିଆ ଗସ୍ତରେ ଯାଇ ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ଦେଖାଦେଇଥିବା ହିଂସା ରୋକିବାକୁ ରାଜ୍ୟ ପ୍ରଶାସନ ଓ ବିଭିନ୍ନ ଦଳର ନେତାଙ୍କ ସହ ରାଜନାଥ ଆଲୋଚନା କରିବେ। ଏହି ଅବସରରେ ରାଜନାଥ କାଶ୍ମୀରବାସୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ […]

kashmir

Rakesh Mallick
  • Published: Wednesday, 24 August 2016
  • , Updated: 25 August 2016, 08:12 AM IST

ଶ୍ରୀନଗର: ଅଶାନ୍ତ କାଶ୍ମୀର ଘାଟିରେ ଶାନ୍ତି ଫେରାଇ ଆଣିବା ପାଇଁ ଦୁଇଦିନିଆ ଗସ୍ତରେ ଯାଇ ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ଦେଖାଦେଇଥିବା ହିଂସା ରୋକିବାକୁ ରାଜ୍ୟ ପ୍ରଶାସନ ଓ ବିଭିନ୍ନ ଦଳର ନେତାଙ୍କ ସହ ରାଜନାଥ ଆଲୋଚନା କରିବେ। ଏହି ଅବସରରେ ରାଜନାଥ କାଶ୍ମୀରବାସୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀରରେ ହିଂସା ଲାଗି ରହିଛି। ଘାଟିର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି ରହିଛି। ଙାଟିରେ ଶାନ୍ତି ଫେରାଇ ଆଣିବାକୁ ଦୀର୍ଘ ୧୧ ବର୍ଷ ପରେ ପୁଣି ଥରେ ବିଏସ୍‌ଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି।

Related story