ଆଜି କାର୍ଗିଲ ବିଜୟ ଦିବସ, ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ସେନା ମୁଖ୍ୟ

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ଦୁଇ ମାସର ଘମାଘୋଟ ଯୁଦ୍ଧ ପରେ ୧୯୯୯ ଜୁଲାଇ ୨୬ରେ ପାକିସ୍ତାନୀ ସେନା ଉପରେ ବିଜୟ ଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ଯେଉଁଥିରେ ସହିଦ ହୋଇଥିଲେ ୫ଶହରୁ ଅଧିକ ଭାରତୀୟ ଯବାନ। ଆଜି ଏହି ଦିବସ ଉପଲକ୍ଷେ ନୂଆଦିଲ୍ଲୀ ସ୍ଥିତ ‘ଅମର ଯବାନ ଜ୍ୟୋତି’ ଠାରେ ପ୍ରତିରକ୍ଷା ମନ୍ତ୍ରୀରକ୍ଷା ମନ୍ତ୍ରୀ  ମନୋହର ପାରିକର, ସ୍ଥଳସେନା ମୁଖ୍ୟ ଜେନେରାଲ ଦଲବୀର ସିଂହ ସୁହାଗ, ବାୟୁସେନା ମୁଖ୍ୟ ଅରୁପ […]

kargil

kargil

Rakesh Mallick
  • Published: Saturday, 25 July 2015
  • Updated: 26 July 2015, 07:47 AM IST

Sports

Latest News

ନୂଆଦିଲ୍ଲୀ: ଆଜି କାର୍ଗିଲ ବିଜୟ ଦିବସ। ଦୁଇ ମାସର ଘମାଘୋଟ ଯୁଦ୍ଧ ପରେ ୧୯୯୯ ଜୁଲାଇ ୨୬ରେ ପାକିସ୍ତାନୀ ସେନା ଉପରେ ବିଜୟ ଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ଯେଉଁଥିରେ ସହିଦ ହୋଇଥିଲେ ୫ଶହରୁ ଅଧିକ ଭାରତୀୟ ଯବାନ।

ଆଜି ଏହି ଦିବସ ଉପଲକ୍ଷେ ନୂଆଦିଲ୍ଲୀ ସ୍ଥିତ ‘ଅମର ଯବାନ ଜ୍ୟୋତି’ ଠାରେ ପ୍ରତିରକ୍ଷା ମନ୍ତ୍ରୀରକ୍ଷା ମନ୍ତ୍ରୀ  ମନୋହର ପାରିକର, ସ୍ଥଳସେନା ମୁଖ୍ୟ ଜେନେରାଲ ଦଲବୀର ସିଂହ ସୁହାଗ, ବାୟୁସେନା ମୁଖ୍ୟ ଅରୁପ ରାହା ଓ ନୌସେନା ମୁଖ୍ୟ ଆରେ କେ ଧାୱନ ପ୍ରମୁଖ କାରିଗିଲ୍ ସହିଦମାନଙ୍କୁ ଶ୍ରନ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହିପରି ଆଜି ‘ମନକୀ ବାତ’ରେ କାରଗିଲ ସହିଦଙ୍କ ବୀରତ୍ୱ କଥା କହିବା ପୂର୍ବରୁ ଟ୍ୱିଟ୍ କରି ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରନ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଲେଖିଥିଲେ, କାରଗିଲ୍  ବିଜୟ ଦିବସ ଆମ ସେନାର ବୀରତ୍ୱ, ପରାକ୍ରମ ଓ ବଳିଦାନକୁ ମନେ ପକାଇଦିଏ । ମାତୃଭୂମି ପାଇଁ ସର୍ବସ୍ୱ ଅର୍ପଣ କରିଦେଇଥିବା ବୀରମାନଙ୍କୁ ଶତ ଶତ ପ୍ରଣାମ।

ସେହିପରି ବିଜୟ ଦିବସ ଅବସରରେ ସେନାର ଯବାନ ମାନେ ଜମ୍ମୁ ଓ କାଶ୍ମୀରରେ କାରଗିଲ ଜିଲ୍ଲାରେ ଥିବା ‘ହ୍ରାସ ୱାର ମେମୋରିଆଲ୍’ ଠାରେ କାରଗିଲ ଯୁଦ୍ଧର ସହିଦମାନଙ୍କୁ ଶ୍ରନ୍ଧାଞ୍ଜଳି ଦେଇଥିଲେ।

୨୬ ମେ, ୧୯୯୯ ମସିହା। କାଶ୍ମୀରରେ ଭାରତର ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ସୈନ୍ୟଙ୍କୁ ଘଉଡ଼ାଇବା ପାଇଁ ଆରମ୍ଭ ହେଲା ଅପରେସନ୍ ବିଜୟ। ଆକାଶମାର୍ଗରୁ ଆକ୍ରମଣ କଲା ଭାରତୀୟ ବାୟୁସେନା। ଆରମ୍ଭ ହେଲା ଘମାଘୋଟ ଲଢେଇ। ୬୦ ଦିନର ଯୁଦ୍ଧ ପରେ ବିଜୟୀ ହେଲା ଭାରତ। କାରଗିଲ, ଦ୍ରାସ ଓ ଅନ୍ୟ ସେକ୍ଟରରେ ଉଡିଲା ବିଜୟ ତ୍ରିରଙ୍ଗା। ତେବେ ଏଇ ଅପରେସନରେ ସହିଦ ହେଲେ ଦେଶର ୫୨୭ ଯବାନ। ଆଜି କାର୍ଗିଲ ବିଜୟ ଦିବସକୁ ପୁରୁଛି ୧୬ ବର୍ଷ।  ଦ୍ରାସ ସେକ୍ଟରେ ଏଥିପାଇଁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos