ଶେଷରେ ମିଳିଲା ମଞ୍ଜୁରୀ; ଅଗଷ୍ଟ ୧୪ରୁ ରାଜସ୍ଥାନ ବିଧାନସଭା

ଜୟପୁର: ଅଗଷ୍ଟ ୧୪ରୁ ଆରମ୍ଭ ହେବ ରାଜସ୍ଥାନ ବିଧାନସଭା ଅଧିବେଶନ। ଗେହଲଟ୍ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର ।  ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ କଲାରାଜ ମିଶ୍ର ୩ ଥର ଖାରଜ କରିବା ପରେ ଚତୁର୍ଥ ଥର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି। । ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟପାଳ। ଏହାସହ ବିଧାନସଭା ଅଧିବେଶନ […]

gehlet

Niharika Rout
  • Published: Thursday, 30 July 2020
  • , Updated: 30 July 2020, 11:53 AM IST

ଜୟପୁର: ଅଗଷ୍ଟ ୧୪ରୁ ଆରମ୍ଭ ହେବ ରାଜସ୍ଥାନ ବିଧାନସଭା ଅଧିବେଶନ। ଗେହଲଟ୍ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ କଲରାଜ ମିଶ୍ର ।  ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ରାଜ୍ୟପାଳ କଲାରାଜ ମିଶ୍ର ୩ ଥର ଖାରଜ କରିବା ପରେ ଚତୁର୍ଥ ଥର ଏଥିରେ ସମ୍ମତି ପ୍ରକାଶ କରିଛନ୍ତି।

। ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟପାଳ। ଏହାସହ ବିଧାନସଭା ଅଧିବେଶନ ଆରମ୍ଭ ହେଲେ କୋଭିଡ୍ ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କଲାରାଜ ମିଶ୍ରଙ୍କୁ ୩ ଥର ପ୍ରସ୍ତାବ ପଠାଇ ନିରାଶ ହୋଇଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶେଷରେ ଏହି ତାରିଖରେ ପରିବର୍ତ୍ତନ କରିଥିଲେ।  ଜୁଲାଇ ୩୧ ବଦଳରେ ଅଗଷ୍ଟ ୧୪ରେ ବିଧାନସଭା ଅଧିବେଶନ ଡାକିବାକୁ ସେ ରାଜ୍ୟପାଳଙ୍କ ପାଖକୁ ସାନି ପ୍ରସ୍ତାବ ପଠାଇଥିଲେ ଯାହାକୁ କି ରାଜ୍ୟପାଳ ମଞ୍ଜୁର କରିଥିଲେ।

ସୂଚନାଯୋଗ୍ୟ. ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା  ତୃତୀୟ ପ୍ରସ୍ତାବକୁ ରାଜ୍ୟପାଳ ବୁଧବାର ସକାଳେ ଖାରଜ କରି ଦେଇଥିଲେ। ଏହି ପ୍ରସ୍ତାବ ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ରାଜଭବନ ଯାଇ ସେଠାରେ ରାଜ୍ୟପାଳଙ୍କ ସହ ୧୫ ମିନିଟ୍‌ର ଆଲୋଚନା କରିଥିଲେ। ଏହାପରେ  ନୂଆ ତାରିଖ ସ୍ଥିର କରିବାକୁ ଗତକାଲି ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ଅଗଷ୍ଟ ୧୪ ତାରିଖ ସଂପର୍କିତ ନିଷ୍ପତ୍ତି ପାରିତ ହୋଇଥିଲା। ଏହାପରେ ଏହି ପ୍ରସ୍ତାବକୁ ରାଜ୍ୟପାଳଙ୍କ ପାଖକୁ ପଠାଯିବା ପରେ ରାଜ୍ୟପାଳ ବିଳମ୍ବିତ ରାତିରେ ଏହାକୁ ଅନୁମୋଦନ କରିଛନ୍ତି।

ପୂର୍ବରୁ ଗେହଲଟ ବିଧାନସଭା ଅଧିବେଶନ ଡାକିବାକୁ କହୁଥିଲେ ହେଁ ରାଜ୍ୟପାଳ ମିଶ୍ର ବିଧାୟକମାନଙ୍କୁ ଅତିକମରେ ୨୧ ଦିନର ନୋଟିସ୍‌ ପଠାଇବାକୁ ପରାମର୍ଶ ଦେଇଥିଲେ। ୨୧ ଦିନ ପରେ ହିଁ ବିଧାନସଭା ଅଧିବେଶନ ଡକା ଯାଇପାରିବ ବୋଲି ସେ ସର୍ତ୍ତ ରଖିଥିଲେ।

Related story