ଛଟେଇ କି ଦରମା କାଟିଲାନି, କର୍ମଚାରୀଙ୍କ ଦରମା ବଢ଼ାଇଲା ଏହି କମ୍ପାନୀ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଲକଡାଉନ ରହିଛି। ଏହାଦ୍ୱାରା ଦେଶର ବ୍ୟବସାୟ ଓ ଆର୍ଥିକ ସ୍ଥିତି ଦୋହଲିଯାଇଛି। କ୍ଷତି ସହିନପାରି ଖର୍ଚ୍ଚକାଟ କରିବାକୁ ଯାଇ ଅନେକ ସଂସ୍ଥା ଓ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ବେଳେ ଦରମା ମଧ୍ୟ କମାଉଛନ୍ତି। ଏମିତିକି ଦୁର୍ବଳ ଆର୍ଥିକ ସ୍ଥିତିକୁ ସବଳ କରିବା ପାଇଁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଦେଶର ଅଗ୍ରଣୀ ରଙ୍ଗ କମ୍ପାନୀ କିଛି ନିଆରା […]

salary hike

salary hike

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 05:37 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶ ଲକଡାଉନ ରହିଛି। ଏହାଦ୍ୱାରା ଦେଶର ବ୍ୟବସାୟ ଓ ଆର୍ଥିକ ସ୍ଥିତି ଦୋହଲିଯାଇଛି। କ୍ଷତି ସହିନପାରି ଖର୍ଚ୍ଚକାଟ କରିବାକୁ ଯାଇ ଅନେକ ସଂସ୍ଥା ଓ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ବେଳେ ଦରମା ମଧ୍ୟ କମାଉଛନ୍ତି। ଏମିତିକି ଦୁର୍ବଳ ଆର୍ଥିକ ସ୍ଥିତିକୁ ସବଳ କରିବା ପାଇଁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ହେଲେ ଦେଶର ଅଗ୍ରଣୀ ରଙ୍ଗ କମ୍ପାନୀ କିଛି ନିଆରା କରିଛି। ଯାହାକି ଏଭଳି ସ୍ଥିତିରେ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ। ନିରାଶଜନକ ସ୍ଥିତିରେ କର୍ମଚାରୀଙ୍କ ମନୋବଳ ବଢ଼ାଇବାକୁ ଯାଉ ଏସିଆନପେଣ୍ଟସ କର୍ମଚାରୀଙ୍କ ଦରମା ବଢ଼ାଇଛି।

କମ୍ପାନୀର ଏମଡି ଏବଂ ସିଇଓ ଅମିତ ସିଙ୍ଘଲ କହିଛନ୍ତି, ସମସ୍ତ ପକ୍ଷକୁ ବୁଝି ବିଚାରି ଏଭଳି ପଦକ୍ଷେପ ନେଇଛୁ। ଏହା ଆଗାମୀ ଦିନରେ ଅନେକ ସଂସ୍ଥା ଓ କମ୍ପାନୀ ପାଇଁ ଉଦାହରଣ ସାଜିପାରେ। ଦେଶ ଯେତେବେଳେ ନିରାଶ ରହିଛି ସେତେବେଳେ କର୍ମଚାରୀଙ୍କ ସ୍ଥିତି ମଧ୍ୟ ନୈରାଶ୍ୟଜନକ ରହିଛି। କର୍ମଚାରୀଙ୍କ ସମସ୍ୟା ଦୂର କରିବାକୁ ହେଲେ ଏବେ ଛଟେଇ ଏବଂ ଦରମା କାଟିବା ପ୍ରକ୍ରିୟାରୂ ଦୂରେଇ ରହିବାକୁ ହେବ। ଦେଶର ଅଗ୍ରଣୀ ବ୍ରାଣ୍ଡ ଭାବରେ କର୍ମଚାରୀଙ୍କୁ ଏକଜୁଟ ରଖିବାକୁ ହେଲେ ଦରମା ବୃଦ୍ଧି କରିବା ଦରକାର ବୋଲି ସେ କହିଛନ୍ତି।

ଅଶୋଧିତ ତେଲର ମୂଲ୍ୟ ହ୍ରାସ ହୋଇଥିବାରୁ କମ୍ପାନୀ ଏହାର ଲାଭ ପାଇଛି। କାରଣ କମ୍ପାନୀ ଅଶୋଧିତ ତେଲକୁ ୩୦-୩୫ ପ୍ରତିଶତ ବ୍ୟବହାର କରେ ରଙ୍ଗ ତିଆରି କରେ ବୋଲି ସେ କହିଛନ୍ତି। ଏହି କମ୍ପାନୀ ରଙ୍ଗ ବ୍ୟତୀତ ସାନିଟାଇଜର, ସ୍ୱାସ୍ଥ୍ୟ ଓ ହାଇଜିନ୍ ଜିନିଷ ତିଆରି କରୁଛି। ଏହାବାଦ ଏସିଆନ୍ ପେଣ୍ଟସ କରୋନା ମୁକାବିଲା ପାଇଁ ନିଜ ରାଜକୋଷରୁ ରାଜ୍ୟ ସରକାରଙ୍କୁ ୩୫ କୋଟି ଟଙ୍କାର ସହାୟତା ଦେଇଛି।

କମ୍ପାନୀର ମାଲିକ ଆହୁରି କହିଛନ୍ତି, ଅନେକ ବର୍ଷ ଧରି କମ୍ପାନୀ ଋଣମୁକ୍ତ ହୋଇସାରିଛି। ଏଭଳି ଅନିଶ୍ଚିତତା ଆଗକୁ ଆହୁରି ୪-୫ ମାସ ଯଦି ରହିବ ତାହେଲେ ମଧ୍ୟ କମ୍ପାନୀର ସେତେଟା ପରିବର୍ତ୍ତନ ହେବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos