ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରିରେ ମୁମ୍ବାଇର ଜଣେ ଷ୍ଟ୍ରଗଲିଂ ଅଭିନେତ୍ରୀ ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ରହୁଥିବା ଆପାର୍ଟମେଣ୍ଟର ବାଲକୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଫିଲ୍ମ ଅଭିନେତ୍ରୀ ହେବା ଲକ୍ଷ୍ୟରେ ଅଭିନୟ ଜଗତରେ ପାଦ ଥାପିଥିବା ଏହି ଯୁବତୀଙ୍କ ନାମ ପର୍ଲ ପଞ୍ଜାବୀ ବୋଲି ଜଣାପଡ଼ିଛି।
ସେ ବେଶ କିଛି ଦିନ ଧରି ଫିଲ୍ମ ପାଇଁ ସୁଯୋଗ ପାଇବାକୁ ପ୍ରୟାସ କରୁଥିଲେ ହେଁ ଏଥିରେ ସଫଳ ହୋଇପାରିନଥିଲେ। ତାଙ୍କ ଆପାର୍ଟମେଣ୍ଟର ଜଣେ ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ୧୨.୧୫ରୁ ୧୨.୩୦ ମଧ୍ୟରେ ଏହି ଘଟଣା ଘଟିଥିଲା। କେହି ଜଣେ ଚିଲ୍ଲାଇବା ପରି ଶୁଭିବାରୁ ସେମାନେ ଘଟଣା ସ୍ଥଳକୁ ଯାଇଥିଲେ। ଏହାପରେ ସେମାନେ ଏହି ଅଭିନେତ୍ରୀ ରହୁଥିବା ତୃତୀୟ ମହଲାରୁ ଚିତ୍କାର ଶୁଣିପାରିଥିଲେ।
ପୁଲିସ୍ କହିବା ଅନୁଯାୟୀ, ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା। ଅଭିନେତ୍ରୀ ପର୍ଲ ତାଙ୍କ ମା’ଙ୍କ ସହ ମଧ୍ୟ ଝଗଡ଼ା କରୁଥିଲେ। ଏପରିକି ୨ ଥର ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।