ଆସାମରେ ବନ୍ଦ ହେଲା ମଦ୍ରାସା ଏବଂ ସଂସ୍କୃତ ସ୍କୁଲ

ଗୌହାଟି: ଆସାମରେ ମଦ୍ରାସା ଏବଂ ସଂସ୍କୃତ ସ୍କୁଲ୍ ବନ୍ଦ ହୋଇଛି। ଆସାମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନଭେମ୍ୱର ପାଖରୁ ଏହା ଲାଗୁ ହେବ। ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର କୌଣସି ଧର୍ମରେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଠିକ୍ ନୁହେଁ। ଯଦି କୋରାନ୍ ପଢ଼ାଯିବ ତାହେଲେ ଗୀତା, ବାଇବେଲ୍ ମଧ୍ୟ ପଢ଼ାଯିବା ଦରକାର। ହେଲେ ରାଜ୍ୟ ସରକାର ସାର୍ବଭୌମତ୍ୱ ରକ୍ଷା କରିବା ଦରକାର। ତେଣୁ […]

assam madrasa

Subhransu Sekhar
  • Published: Thursday, 15 October 2020
  • , Updated: 15 October 2020, 02:18 PM IST

ଗୌହାଟି: ଆସାମରେ ମଦ୍ରାସା ଏବଂ ସଂସ୍କୃତ ସ୍କୁଲ୍ ବନ୍ଦ ହୋଇଛି। ଆସାମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନଭେମ୍ୱର ପାଖରୁ ଏହା ଲାଗୁ ହେବ। ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର କୌଣସି ଧର୍ମରେ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଠିକ୍ ନୁହେଁ। ଯଦି କୋରାନ୍ ପଢ଼ାଯିବ ତାହେଲେ ଗୀତା, ବାଇବେଲ୍ ମଧ୍ୟ ପଢ଼ାଯିବା ଦରକାର। ହେଲେ ରାଜ୍ୟ ସରକାର ସାର୍ବଭୌମତ୍ୱ ରକ୍ଷା କରିବା ଦରକାର। ତେଣୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଇ  ସଂସ୍କୃତ ସ୍କୁଲ୍ ଏବଂ ମଦ୍ରାସା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି।

ଏବେ ଏହି ମଦ୍ରାସା ଏବଂ ସଂସ୍କୃତ ସ୍କୁଲକୁ ସରକାରୀ ସ୍କୁଲରେ ପରିଣତ କରିବେ ରାଜ୍ୟ ସରକାର। ଏହି ସ୍କୁଲରେ ଥିବା ଶିକ୍ଷକ, ଶିକ୍ଷୟତ୍ରୀ ଅନ୍ୟ ସ୍କୁଲକୁ ମଧ୍ୟ ବଦଳି ହୋଇପାରିବେ। ହିମନ୍ତ ଶର୍ମା କହିଛନ୍ତି, ମଦ୍ରାସାରୁ ପାସ୍ ହେଉଥିବା ଛାତ୍ର, ଛାତ୍ରୀଙ୍କ ଦକ୍ଷତା ଅନ୍ୟ ସରକାରୀ ସ୍କୁଲର ଛାତ୍ର, ଛାତ୍ରୀଙ୍କ ତୁଳନାରେ କମ୍ ରହିଛି। ଏଭଳି ହେଲେ ସମସ୍ତଙ୍କ ଦକ୍ଷତା ବଢ଼ି ପାରିବ। ମଦ୍ରାସା ଯାଉଥିବା ଛାତ୍ର ଛାତ୍ରୀଙ୍କ ଦକ୍ଷତା ମଧ୍ୟ ବଢ଼ି ପାରିବ ବୋଲି ସେ ଦାବି କରିଛନ୍ତି। ଏଥିରେ ବିକାଶକୁ ଗୁରୁତ୍ୱକୁ ଦିଆଯାଇଛି ବୋଲି ସେ କହିଛନ୍ତି।

ତେବେ ଆସାମ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଜୋରଦାର ବିରୋଧ କରିଛନ୍ତି। ଆସାମର ବିଜେପି ସରକାର ସମ୍ପ୍ରଦାୟ ନାଁରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି। ଏଆଇୟୁଡିଏଫର ମୁଖ୍ୟ ଏବଂ ଫରଫ୍ୟୁମ୍ ବାରୋନ ବଦରୁଦ୍ଦିନ୍ ଆଜମଲ୍ କହିଛନ୍ତି ଯେ ଆସାମର ବିଜେପି ସରକାର ଏବେ ମଦ୍ରାସା ବନ୍ଦ କରୁଛି। ଆସନ୍ତା ବର୍ଷ ନିର୍ବାଚନରେ ତାଙ୍କ ସରକାର ବିଜୟୀ ହେବା ପରେ ମଦ୍ରାସା ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ସେହିପରି ଆସାମ ମଦ୍ରାସା ବୋର୍ଡର ପୂର୍ବତନ ଅଧିକାରୀ ମହମ୍ମଦ ହାସନ ଅଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଆସମର ଶିକ୍ଷା ବିଭାଗ ନିକଟରେ ୧୪୮ଟି ମଦ୍ରାସାର ଶିକ୍ଷକଙ୍କୁ ଅନ୍ୟ ସରକାରୀ ସ୍କୁଲକୁ ବଦଳି କରିବା ପାଇଁ କହିଛନ୍ତି। ଆସାମରେ ମୋଟ୍ ୬୧୪ଟି ସରକାର ମଦ୍ରାସା ରହିଛି। ଏଥିରେ ୫୭ଟି କେବଳ ଛାତ୍ରୀଙ୍କ ପାଇଁ ଓ ତିନୋଟି ଛାତ୍ରଙ୍କ ପାଇଁ। ୫୫୪ଟି ମଦ୍ରାସା ସମସ୍ତଙ୍କ ପାଇଁ ଥିବା ବେଳେ ୧୭ଟି ଉର୍ଦ୍ଦୁ ମିଡିଅମ ସ୍କୁଲ୍ ରହିଛି। ସେହିପରି ରାଜ୍ୟରେ ୫୦୦ଟି ସଂସ୍କୁତ ସ୍କୁଲ୍ ରହିଛି।

Related story