ପୂର୍ବତନ ସେନା ଅଧିକାରୀଙ୍କୁ ବିଦେଶୀ ଦର୍ଶାଇବା ପ୍ରସଙ୍ଗ, କେନ୍ଦ୍ର ଓ ରାଜ୍ୟକୁ ହାଇକୋର୍ଟ ନୋଟିସ୍‌

ଗୁଆହାଟୀ: ଭାରତୀୟ ସେନା ବାହିନୀରେ ଦୀର୍ଘ ଦିନ ଧରି କାମ କରୁଥିବା ମହମ୍ମଦ ସାନାଉଲ୍ଲା ଅବସର ନେବା ପରେ ହଠାତ ସରକାରୀ ନଥିପତ୍ରରେ ବିଦେଶୀ ନାଗରିକ ପାଲଟି ଯାଇଛନ୍ତି। ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)ର ସର୍ଭେରେ ତାଙ୍କୁ ଏକ ଟ୍ରିବ୍ୟୁନାଲ୍‌ ବେଆଇନ୍‌ ଶରଣାର୍ଥୀ ବୋଲି ଦର୍ଶାଇଥିଲେ। ଏହାକୁ ନେଇ ବିବାଦ ଉପୁଜିବା ପରେ ଆଜି ଆସାମ ହାଇକୋର୍ଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଏଥିସହ କୋର୍ଟ ଏନ୍‌ଆରସି ଏବଂ ଆସାମ ବର୍ଡର ପୁଲିସ୍‌ […]

io

Hemant Lenka
  • Published: Friday, 07 June 2019
  • , Updated: 07 June 2019, 04:37 PM IST

ଗୁଆହାଟୀ: ଭାରତୀୟ ସେନା ବାହିନୀରେ ଦୀର୍ଘ ଦିନ ଧରି କାମ କରୁଥିବା ମହମ୍ମଦ ସାନାଉଲ୍ଲା ଅବସର ନେବା ପରେ ହଠାତ ସରକାରୀ ନଥିପତ୍ରରେ ବିଦେଶୀ ନାଗରିକ ପାଲଟି ଯାଇଛନ୍ତି। ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)ର ସର୍ଭେରେ ତାଙ୍କୁ ଏକ ଟ୍ରିବ୍ୟୁନାଲ୍‌ ବେଆଇନ୍‌ ଶରଣାର୍ଥୀ ବୋଲି ଦର୍ଶାଇଥିଲେ।

ଏହାକୁ ନେଇ ବିବାଦ ଉପୁଜିବା ପରେ ଆଜି ଆସାମ ହାଇକୋର୍ଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି। ଏଥିସହ କୋର୍ଟ ଏନ୍‌ଆରସି ଏବଂ ଆସାମ ବର୍ଡର ପୁଲିସ୍‌ ଅଧିକାରୀ ଚନ୍ଦ୍ରମାଲ ଦାସଙ୍କୁ ମଧ୍ୟ ନୋଟିସ୍‌ କରି ଜବାବ ତଲବ କରିଛନ୍ତି।

ମହମ୍ମଦ ୩୦ ବର୍ଷ ସେନା ବାହିନୀରେ କାର୍ଯ୍ୟ କରି ଅବସର ନେଇଥିଲେ। ଏହାପରେ ସେ ଆସାମ ବର୍ଡର ପୁଲିସ୍‌ରେ ଯୋଗଦେଇଥିଲେ। ଗତ ସପ୍ତାହରେ ତାଙ୍କୁ ବିଦେଶୀ ନାଗରିକ ବୋଲି ଦର୍ଶାଯିବା ସହ ତାଙ୍କୁ ଗିରଫ କରାଯାଇ ଡିଟେନସନ୍‌ କେନ୍ଦ୍ରରେ ରଖାଯାଇଛି। ଆଜି ଶୁଣାଣି ବେଳେ ମହମ୍ମଦଙ୍କ ଓକିଲ ଇନ୍ଦିରା ଜୟସିଂ ଜାମିନ୍‌ ଆବେଦନ କରିଥିଲେ। ହେଲେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

Related story