୫୯୦ କିଲୋର ଗଞ୍ଜେଇ ଜବତ କରି ଏମିତି ଟ୍ୱିଟ୍‌ କଲା ଆସାମ ପୁଲିସ୍‌

ଗୁଆହାଟୀ: ପୁଲିସ୍‌ ଚୋର ପଛରେ ପଡ଼ିବା ସ୍ୱାଭାବିକ, କିନ୍ତୁ ଆସାମ ପୁଲିସ୍‌ର ଏକ ମଜାଳିଆ ଟ୍ୱିଟ୍‌ ପାଇଁ ଏବେ ସମସ୍ତେ ଆସାମ ପୁଲିସ୍‌ ପଛରେ ପଡ଼ିଯାଇଛନ୍ତି। ବୃହତ୍‌ ପରିମାଣର ଗଞ୍ଜେଇ ଜବତ କରିବା ପରେ ଆସାମ ପୁଲିସ୍‌ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ ଏବେ ସମସ୍ତଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି। ଜୁନ୍‌ ୩ ତାରିଖରେ ଡୁବ୍ରି ନାମକ ଏକ ସହର ନିକଟସ୍ଥ ଚଗୋଲିଆ ଚେକ୍‌ପୋଷ୍ଟରୁ ଜବତ କରାଯାଇଥିଲା ଏହି ଗଞ୍ଜେଇ। ଆଉ ଏହି ୫୯୦ କିଲୋ ଗଞ୍ଜେଇର ମାଲିକ […]

ganja

Subrat Kumar Nayak
  • Published: Wednesday, 05 June 2019
  • , Updated: 05 June 2019, 04:06 PM IST

ଗୁଆହାଟୀ: ପୁଲିସ୍‌ ଚୋର ପଛରେ ପଡ଼ିବା ସ୍ୱାଭାବିକ, କିନ୍ତୁ ଆସାମ ପୁଲିସ୍‌ର ଏକ ମଜାଳିଆ ଟ୍ୱିଟ୍‌ ପାଇଁ ଏବେ ସମସ୍ତେ ଆସାମ ପୁଲିସ୍‌ ପଛରେ ପଡ଼ିଯାଇଛନ୍ତି। ବୃହତ୍‌ ପରିମାଣର ଗଞ୍ଜେଇ ଜବତ କରିବା ପରେ ଆସାମ ପୁଲିସ୍‌ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ ଏବେ ସମସ୍ତଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି।

ଜୁନ୍‌ ୩ ତାରିଖରେ ଡୁବ୍ରି ନାମକ ଏକ ସହର ନିକଟସ୍ଥ ଚଗୋଲିଆ ଚେକ୍‌ପୋଷ୍ଟରୁ ଜବତ କରାଯାଇଥିଲା ଏହି ଗଞ୍ଜେଇ। ଆଉ ଏହି ୫୯୦ କିଲୋ ଗଞ୍ଜେଇର ମାଲିକ ଏଥିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ଏହି ଟ୍ୱିଟ୍‌ରେ କୁହାଯାଇଛି।

ଏଥିରେ କୁହାଯାଇଛି, କେହି ଜଣେ ଗତ ରାତିରେ ବୃହତ ପରିମାଣର (୫୯୦ କେଜି) ଗଞ୍ଜେଇ ଏବଂ ଗୋଟିଏ ଟ୍ରକ୍‌ ଚଗୋଲିଆ ଚେକ୍‌ପୋଷ୍ଟ ନିକଟରେ ଛାଡ଼ିଦେଇ ଯାଇଛନ୍ତି। ଚିନ୍ତା କରନ୍ତୁନି ଏସବୁ ଆମ ପାଖରେ ଅଛି। @Dhubri_Policeକୁ ଯୋଗାଯୋଗ କଲେ ସେମାନେ ସାହାଯ୍ୟ କରିପାରିବେ ବୋଲି ଏଥିରେ କୁହାଯାଇଛି। ଆଉ ଶେଷରେ ଏହି ସଫଳତା ପାଇଁ ଡୁବ୍ରି ପୁଲିସ୍‌କୁ ଅଭିନନ୍ଦନ ମଧ୍ୟ ଜଣାଇଦିଆଯାଇଛି।

ଆଉ ଏହାର ପ୍ରତିକ୍ରିୟାରେ ଟ୍ୱିଟ୍‌ ପରେ ଟ୍ୱିଟ୍‌ ଛୁଟିବାରେ ଲାଗିଛି।

https://twitter.com/assampolice/status/1135929651757428736
https://twitter.com/onlyonenetra/status/1136125744420151296
https://twitter.com/Himanshu2883/status/1136017277009113090
https://twitter.com/anilkovuri/status/1135943969072803840
https://twitter.com/cv19910/status/1135935599041323008

Related story