ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀ ମୃତ, ଅନେକ ଲୋକ ଆହତ

ଗୌହାଟୀ: ଅଶାନ୍ତ ହୋଇ ଉଠିଛି ଉତ୍ତର ତ୍ରିପୁରା। ଏଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେବାରୁ ପୁଲିସ୍‌ ବାଧ୍ୟ ହୋଇ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ୍‌ର ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ୨୩ ବର୍ଷ ତଳେ ସାଂପ୍ରଦାୟିକ ଗଣ୍ଡଗୋଳ ଯୋଗୁ ତ୍ରିପୁରାରୁ ମିଜୋରାମ ଚାଲି ଯାଇଥିବା ଆଦିବାସୀ ବ୍ରୁ ଶରଣାର୍ଥୀଙ୍କୁ ପୁଣି ନିଜ ରାଜ୍ୟରେ ଥଇଥାନ କରିବାକୁ ନିଷ୍ପତ୍ତି […]

d

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 04:20 PM IST

ଗୌହାଟୀ: ଅଶାନ୍ତ ହୋଇ ଉଠିଛି ଉତ୍ତର ତ୍ରିପୁରା। ଏଠାରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ହିଂସାତ୍ମକ ରୂପ ନେବାରୁ ପୁଲିସ୍‌ ବାଧ୍ୟ ହୋଇ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିଛି। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ୨୩ ବର୍ଷ ତଳେ ସାଂପ୍ରଦାୟିକ ଗଣ୍ଡଗୋଳ ଯୋଗୁ ତ୍ରିପୁରାରୁ ମିଜୋରାମ ଚାଲି ଯାଇଥିବା ଆଦିବାସୀ ବ୍ରୁ ଶରଣାର୍ଥୀଙ୍କୁ ପୁଣି ନିଜ ରାଜ୍ୟରେ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ନଭେମ୍ବର ୧୬ ତାରିଖରୁ ଏଠାରେ ଶତାଧିକ ଲୋକ ଶଟଡାଉନ ପାଳନ କରୁଛନ୍ତି। ଆନ୍ଦୋଳନ ଆଜି ଯାଏ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା।

କିନ୍ତୁ ଆଜି ଆନ୍ଦୋଳନକାରୀମାନେ ପାନିସାଗର ସହରର ୮ ନଂର ଜାତୀୟ ରାଜପଥ ଅବରୋଧ କରିବା ସହ ପୁଲିସ୍‌ ଉପରକୁ ପଥର ମାଡ଼ କରିଥିଲେ। ଏଥିରୁ ନିବୃତ୍ତ ରହିବା ପାଇଁ ପୁଲିସ୍‌ ସେମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ହେଁ ସେମାନେ ଏହାକୁ କର୍ଣ୍ଣପାତ କରି ନଥିଲେ।

ସମୟ ବିତିବା ସହ ଆନ୍ଦୋଳନ ଅଧିକ ବ୍ୟାପକ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ପୁଲିସ୍‌ ବାଧ୍ୟ ହୋଇ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଯୁବକ ପ୍ରାଣ ହରାଇଥିବା ପୁଲିସ୍‌ କହିଛି। ସେହିପରି ପୁଲିସ୍‌ର ଲାଠିମାଡ଼ ଓ ଗୁଳିମାଡ଼ରେ ଆହତ ହୋଇଥିବା ଅନେକ ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କ ପଥରମାଡ଼ରେ ଜଣେ ଅଗ୍ନିଶମ କର୍ମଚାରୀ ପ୍ରାଣ ହରାଇଥିବା କୁହାଯାଉଛି। ହେଲେ ପୁଲିସ୍‌ ପକ୍ଷରୁ ଏ ସମ୍ପର୍କରେ କିଛି ବି କହିନାହିଁ।

Related story