ଘାଟି ତଳକୁ ଖସି ପଡ଼ିଲା ବସ୍: ୩୩ ମୃତ, ୨୨ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ମିନି ବସ୍‌ଟି ଆଜି ସକାଳେ କେଶଓ୍ୱନରୁ କିସ୍ତବାଡ଼ ଯାଉଥିଲା। ତେବେ ଶ୍ରୀଗିରି ନିକଟସ୍ଥ ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। #UPDATE Deputy Commissioner of Kishtwar, Angrez Singh Rana: 33 dead and 22 injured […]

jk road accident

Subhransu Sekhar
  • Published: Monday, 01 July 2019
  • , Updated: 01 July 2019, 11:09 AM IST

ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍‌ ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨ଜଣ ଗୁରୁତର ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ମିନି ବସ୍‌ଟି ଆଜି ସକାଳେ କେଶଓ୍ୱନରୁ କିସ୍ତବାଡ଼ ଯାଉଥିଲା। ତେବେ ଶ୍ରୀଗିରି ନିକଟସ୍ଥ ଘାଟିରେ ବସଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା।

ଗୃହମନ୍ତ୍ରୀ ଅମିତ ଶାହ ଏହି ବସ୍ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସକାଳ ପ୍ରାୟ ସାଢ଼େ  ୮ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି।

 

Related story