ରାବଣପୋଡ଼ି ଦେଖିବାକୁ ଆସିଥିଲେ ମାଡ଼ିଗଲା ଟ୍ରେନ୍‌, ୫୦ ମୃତ

ଅମୃତସର (ଓଡ଼ିଶା ରିପୋର୍ଟର): ନକାରାତ୍ମକ ଶକ୍ତିର ପ୍ରତୀକ ରାବଣକୁ ଡହ ଡହ ହୋଇ ପୋଡ଼ିଯାଉଥିବାର ଦୃଶ୍ୟ ଦେଖିବାକୁ ଆସିଥିଲେ, କିନ୍ତୁ ସେଠାରେ ଯମଙ୍କ ସହ ସେମାନଙ୍କର ଭେଟ ହୋଇଗଲା। ପଞ୍ଜାବର ଅମୃତସରଠାରେ ଘଟିଥିବା ଏପରି ଏକ ହୃଦୟବିଦାରକ ଘଟଣାରେ ୫୦ ଜଣଙ୍କ ଜୀବନ ଚାଲିଯାଇଛି। #WATCH The moment when the DMU train 74943 stuck people watching Dussehra celebrations in Choura Bazar near #Amritsar (Source:Mobile footage-Unverified) pic.twitter.com/cmX0Tq2pFE — ANI […]

train-amrutsar

Subrat Kumar Nayak
  • Published: Friday, 19 October 2018
  • , Updated: 19 October 2018, 10:27 PM IST

ଅମୃତସର (ଓଡ଼ିଶା ରିପୋର୍ଟର): ନକାରାତ୍ମକ ଶକ୍ତିର ପ୍ରତୀକ ରାବଣକୁ ଡହ ଡହ ହୋଇ ପୋଡ଼ିଯାଉଥିବାର ଦୃଶ୍ୟ ଦେଖିବାକୁ ଆସିଥିଲେ, କିନ୍ତୁ ସେଠାରେ ଯମଙ୍କ ସହ ସେମାନଙ୍କର ଭେଟ ହୋଇଗଲା। ପଞ୍ଜାବର ଅମୃତସରଠାରେ ଘଟିଥିବା ଏପରି ଏକ ହୃଦୟବିଦାରକ ଘଟଣାରେ ୫୦ ଜଣଙ୍କ ଜୀବନ ଚାଲିଯାଇଛି।
https://twitter.com/ANI/status/1053298048103837696

ଟ୍ରେନ୍‌ ଟ୍ରାକ୍‌ ପାଖରେ ହେଉଥିବା ଏକ ରାବଣପୋଡ଼ି ଉତ୍ସବ ଦେଖିବାକୁ ଆସିଥିବା ବହୁ ଲୋକଙ୍କ ଉପରେ ଏକାଥରେ ଦୁଇଟି ଟ୍ରେନ୍‌ ଚଢ଼ିଯାଇଥିବା ଜଣାଯାଇଛି। ରାବଣ ପ୍ରତିକୃତିରେ ନିଆଁ ଲାଗି ବାଣ ବିସ୍ଫୋରଣ ହେବା ପରେ ଲୋକମାନେ ଇତଃସ୍ତତ ହୋଇ ଦୌଡ଼ିବାକୁ ଆରମ୍ଭ କଲାବେଳେ ଏହି ଟ୍ରେନ୍‌ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ଦ୍ରୁତ ଗତିରେ ମାଡ଼ି ଆସି ମୃତ୍ୟୁର ତାଣ୍ଡବ ରଚାଇଥିଲା। ବାଣ ଶବ୍ଦରେ ହିଁ ସେମାନେ ଦୂରକୁ ଦୌଡ଼ିବାକୁ ଆରମ୍ଭ କରିଥିଲେ ଏବଂ ସେହି ଶବ୍ଦ କାରଣରୁ ଜାଣିପାରିନଥିଲେ ଯେ ସେମାନେ ଦୌଡ଼ୁଥିବା ଟ୍ରେନ୍‌ ଟ୍ରାକ୍‌ରେ ଦୁଇ ବିପରୀତ ଦିଗରୁ ଏକା ସହିତ ଦୁଇଟି ଟ୍ରେନ୍‌ ଆସୁଛି। ଘଟଣାସ୍ଥଳରେ ୩୦୦ ଲୋକ ଥିଲେ, ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଅନୁମାନ କରାଯାଉଛି।

ମିଳିଥିବା ଖବର ଅନୁଯାୟୀ, ପ୍ରାୟ ସନ୍ଧ୍ୟା ୬ଟା ବେଳେ ଟ୍ରେନ୍‌ ଲାଇନ୍‌ ପାଖରେ ରାବଣପୋଡ଼ି କାର୍ଯ୍ୟକ୍ରମ ଚାଲିଥିଲା। ତାକୁ ଦେଖିବାକୁ ବେଶ ଭିଡ଼ ଜମିଥିଲା। ସେହି ସମୟରେ ଲୋକମାନେ ନିକଟସ୍ଥ ଟ୍ରାକରେ ଟ୍ରେନ ଆସୁଛି ବୋଲି ଜାଣିପାରି ନଥିଲେ।
https://twitter.com/ANI/status/1053299959968206849

ଅମୃତସରର ଚୌରାବଜାର ନିକଟରେ ଘଟିଥିବା ଏହି ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି, ଯେଉଁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଲୋକଙ୍କ ଉପରେ ଚଢିଯାଇଥିବା ଟ୍ରେନ୍‌ଟି ପଠାନ୍‌କୋଟ୍‌ ଆଡ଼ୁ ଆସୁଥିଲା ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଶାସନିକ ଓ ପୁଲିସ ଅବହେଳା କାରଣରୁ ଏଭଳି ଦାରୁଣ ଅଘଟଣ ଘଟିଛି।

Related story