ଶେଷରେ କୋର୍ଟରେ ହାଜର ହେଲେ ସାଧ୍ୱୀ

ମୁମ୍ବାଇ: ଅସୁସ୍ଥତାର ଆଳ ଦେଖାଇ ଦୁଇ ଦୁଇଥର କୋର୍ଟରେ ହାଜର ହେଉ ନଥିବା ବିଜେପି ସାଂସଦ ତଥା ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଶେଷରେ ଆଜି କୋର୍ଟରେ ହାଜର ହୋଇଛନ୍ତି। ୨୦୦୮ ମସିହା ମାଲେଗାଓଁ ବିସ୍ଫୋରଣ ଘଟଣାରେ ସେ ଆଜି ମୁମ୍ବାଇରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ହାଜର ହୋଇଥିଲେ। କୋର୍ଟର ଅଭିଯୁକ୍ତ ବକ୍ସକୁ ଯିବା ପୂର୍ବରୁ ସାଧ୍ୱୀ ସନ୍ଥମାନେ ବସୁଥିବା ନାଲି ବସ୍ତ୍ର ଉପରେ ବସିଥିଲେ। ଏହାକୁ ତାଙ୍କ ସମର୍ଥକମାନେ […]

po

Hemant Lenka
  • Published: Friday, 07 June 2019
  • , Updated: 07 June 2019, 05:00 PM IST

ମୁମ୍ବାଇ: ଅସୁସ୍ଥତାର ଆଳ ଦେଖାଇ ଦୁଇ ଦୁଇଥର କୋର୍ଟରେ ହାଜର ହେଉ ନଥିବା ବିଜେପି ସାଂସଦ ତଥା ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଶେଷରେ ଆଜି କୋର୍ଟରେ ହାଜର ହୋଇଛନ୍ତି।

୨୦୦୮ ମସିହା ମାଲେଗାଓଁ ବିସ୍ଫୋରଣ ଘଟଣାରେ ସେ ଆଜି ମୁମ୍ବାଇରେ ଥିବା ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟରେ ହାଜର ହୋଇଥିଲେ। କୋର୍ଟର ଅଭିଯୁକ୍ତ ବକ୍ସକୁ ଯିବା ପୂର୍ବରୁ ସାଧ୍ୱୀ ସନ୍ଥମାନେ ବସୁଥିବା ନାଲି ବସ୍ତ୍ର ଉପରେ ବସିଥିଲେ। ଏହାକୁ ତାଙ୍କ ସମର୍ଥକମାନେ ଆଣି କୋର୍ଟରେ ରଖିଥିଲେ। ସ୍ୱତନ୍ତ୍ର ଏନ୍‌ଆଇଏ ବିଚାରପତି ଭିଏସ୍‌ ପାଦଲେକର ତାଙ୍କୁ ଅଭିଯୁକ୍ତ ବକ୍ସକୁ ଡାକିବା ପର୍ଯ୍ୟନ୍ତ ସାଧ୍ୱୀ ସେହି ନାଲିବସ୍ତ୍ର ଉପରେ ବସି ରହିଥିଲେ।

ଶୁଣାଣି ବେଳେ ବିଚାରପତି କହିଥିଲେ ଯେ ୧୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୁହାଯାଇ ପାରେ ବିସ୍ଫୋରଣ ହୋଇଥିଲା। ମୁଁ ଆପଣଙ୍କୁ ପଚାରୁନି କିଏ ବିସ୍ଫୋରଣ କରିଥିଲା। କ’ଣ ଆପଣ ଜାଣିଛନ୍ତି କି ୨୦୦୮ ସେପ୍ଟେମ୍ବର ୨୯ରେ ଏକ ବିସ୍ଫୋରଣ ହୋଇଥିଲା? ଏହାର ଜବାବରେ ସାଧ୍ୱୀ କେବଳ 'ମୁଁ ଜାଣି ନାହିଁ' ବୋଲି କହିଥିଲେ।

ମାଲେଗାଓଁ ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତମାନେ ସପ୍ତାହକୁ ଅତିକମ୍‌ରେ ଗୋଟିଏ ଥର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମିଳିଛି। ସାଧ୍ୱୀ ଭୋପାଲ ସାଂସଦ ହେବା ପରେ ଆଜି ପ୍ରଥମଥର କୋର୍ଟରେ ହାଜର ହୋଇଥିଲେ।

Related story