ଆତଙ୍କବାଦୀମାନେ ଜ୍ଞାନୀ, ଯୋଗ କରିବା ଉଚିତ: ରାଜନାଥ ସିଂହ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ‘ଜ୍ଞାନୀ’। ସେମାନଙ୍କ ପାଖରେ ବହୁ ବିଷୟରେ ଜ୍ଞାନ ରହିଛି। ସେମାନେ ବହୁ ଗୁଣର ଅଧିକାରୀ ହେବା ପାଇଁ ଯୋଗ କରିବା ଉଚିତ। ଆଉ ଏହି ଜ୍ଞାନକୁ ସେମାନଙ୍କ ମାନବସେବା ପାଇଁ ବିନିଯୋଗ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିଶ୍ୱ ଯୋଗ ଦିବସ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ସିଂହ। ଏହା କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି […]

rajnath shing

Rakesh Mallick
  • Published: Sunday, 21 June 2015
  • , Updated: 21 June 2015, 05:09 AM IST

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ‘ଜ୍ଞାନୀ’। ସେମାନଙ୍କ ପାଖରେ ବହୁ ବିଷୟରେ ଜ୍ଞାନ ରହିଛି। ସେମାନେ ବହୁ ଗୁଣର ଅଧିକାରୀ ହେବା ପାଇଁ ଯୋଗ କରିବା ଉଚିତ। ଆଉ ଏହି ଜ୍ଞାନକୁ ସେମାନଙ୍କ ମାନବସେବା ପାଇଁ ବିନିଯୋଗ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ବିଶ୍ୱ ଯୋଗ ଦିବସ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କେନ୍ଦ୍ର ଗୃହମନ୍ତ୍ରୀ ସିଂହ। ଏହା କହିଛନ୍ତି। ସେ ଆହୁରି ପ୍ରକାଶ କରିଛନ୍ତି ଯେ, ଯୋଗ ହିଁ ମନରେ ଶାନ୍ତି ଆଣିଥାଏ ଓ ସଫଳତା ଦେଇଥାଏ। ନିଜ ମଧ୍ୟରେ ଥିବା ଅନ୍ତଃନିର୍ହିତ ଗୁଣକୁ ବିକଶିତ କରିଥାଏ ବୋଲି ସେ କହିଛନ୍ତି। ସେ ଆତଙ୍କବାଦୀଙ୍କୁ ବିଶ୍ୱ ଯୋଗ ଦିବସରେ ଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ସେମାନେ ଯେଉଁ ଜ୍ଞାନ ଆରୋହନ କରିବେ ତାହାକୁ ମାନବତାର ଉନ୍ନତି ପାଇଁ ବ୍ୟବହାର କରିବା ଉଚିତ ବୋଲି ସେ କହିଛନ୍ତି। ଗୃହମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ତେବେ ଦିଲ୍ଲୀର ରାଜପଥରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ମହାଆଡମ୍ବରରେ ପାଳନ କରାଯାଇଛି। ସକାଳ ୬ଟା ୪୦ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୭ ହଜାର ଲୋକ ଅଂଶଗ୍ରହଣ କରିଛନ୍ତି।

Related story