ଆଫ୍ରିକୀୟ ନାଗରିକଙ୍କୁ ଆକ୍ରମଣ ଘଟଣା: ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଫ୍ରିକୀୟ ନାଗରିକଙ୍କୁ ଆକ୍ରମଣ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ପୋଲିସ୍ କମିଶନର ଆଲୋକ କୁମାରଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଫ୍ରିକୀୟ ନାଗରିକ ରହୁଥିବା ଅଞ୍ଚଳରେ ପାଟ୍ରୋଲିଂ ବଢାଇବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କାଙ୍ଗୋର ଜଣେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଦକ୍ଷିଣ ଦିଲ୍ଲୀରେ ଆଫ୍ରିକା ନାଗରିକଙ୍କ ଉପରକୁ ଆକ୍ରମଣ ଘଟଣା ଚାରିରେ ପହଞ୍ଚିଛି। ଜନ୍ତରମନ୍ତରରେ ଆନ୍ଦୋଳନର ଧମକ […]

rajnath

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 07:51 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆଫ୍ରିକୀୟ ନାଗରିକଙ୍କୁ ଆକ୍ରମଣ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହ ପୋଲିସ୍ କମିଶନର ଆଲୋକ କୁମାରଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଫ୍ରିକୀୟ ନାଗରିକ ରହୁଥିବା ଅଞ୍ଚଳରେ ପାଟ୍ରୋଲିଂ ବଢାଇବାକୁ ଗୃହମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କାଙ୍ଗୋର ଜଣେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ ଦକ୍ଷିଣ ଦିଲ୍ଲୀରେ ଆଫ୍ରିକା ନାଗରିକଙ୍କ ଉପରକୁ ଆକ୍ରମଣ ଘଟଣା ଚାରିରେ ପହଞ୍ଚିଛି।

ଜନ୍ତରମନ୍ତରରେ ଆନ୍ଦୋଳନର ଧମକ ଦେଇଥିବା ଆଫ୍ରିକା ନାଗରିକଙ୍କୁ  ସାକ୍ଷାତ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ  ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ବି.କେ ସିଂ ଓ  ସଚିବ ଅମର ସିହ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁଷମା ସ୍ୱରାଜ ଟ୍ୱିଟ୍‌ କରି କହିଛନ୍ତି,“ଏହି ଘଟଣା ସମ୍ପର୍କରେ ମୁଁ ଗୃହମନ୍ତ୍ରୀ ଓ ଦିଲ୍ଲୀର ଉପ ରାଜ୍ୟପାଳଙ୍କ ସହ କଥା ହୋଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ସହ ସେମାନେ ରହୁଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯିବ ବୋଲି ସେମାନେ ମୋତେ ଆଶ୍ୱସନା ଦେଇଛନ୍ତି।”

ହାଇଦ୍ରାବାଦରେ ନାଇଜେରିଆର  ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓଙ୍କ ସହ ସୁଷମା ସ୍ୱରାଜ କଥା ହୋଇଛନ୍ତି।

Related story