ବିବାଦୀୟ ଅଥର ସଲମାନ୍‌ ରସିଦଙ୍କୁ ଆକ୍ରମଣ

ନ୍ୟୁୟର୍କ: ବିବାଦୀୟ ଅଥର ସଲମାନ୍‌ ରସିଦଙ୍କୁ ଆକ୍ରମଣ। ନ୍ୟୁୟର୍କରେ ତାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଉପସ୍ଥିତ ଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି। ନ୍ୟୁୟର୍କର ସେ  ଏକ କାର୍ଯ୍ୟକ୍ରମରେ ଲେକଚର ଦେଉଥିବା ବେଳେ ତାଙ୍କୁ ଛୁରାରେ ଆକ୍ରମଣ ହୋଇଛି। ମଞ୍ଚକୁ ଚଢ଼ି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ।  ଏହା ପରେ ଲେଖକ ଜଣକ ଚଟାଣରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଛି। ବୁକର ପୁରସ୍କାର ଜିତିଥିବା ରୁସଦି […]

Salman Rushide

  • Published: Friday, 12 August 2022
  • , Updated: 13 August 2022, 07:26 AM IST

ନ୍ୟୁୟର୍କ: ବିବାଦୀୟ ଅଥର ସଲମାନ୍‌ ରସିଦଙ୍କୁ ଆକ୍ରମଣ। ନ୍ୟୁୟର୍କରେ ତାଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି। ଏକ କାର୍ଯ୍ୟକ୍ରମରେ ସେ ମଞ୍ଚ ଉପରେ ଉପସ୍ଥିତ ଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଛି। ନ୍ୟୁୟର୍କର ସେ  ଏକ କାର୍ଯ୍ୟକ୍ରମରେ ଲେକଚର ଦେଉଥିବା ବେଳେ ତାଙ୍କୁ ଛୁରାରେ ଆକ୍ରମଣ ହୋଇଛି। ମଞ୍ଚକୁ ଚଢ଼ି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ।  ଏହା ପରେ ଲେଖକ ଜଣକ ଚଟାଣରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଛି। ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲେ । ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢି ତାହାକୁ କାବୁ କରି ପୁଲିସ ହାତରେ ଦେଇଥିଲେ ।  ଆକ୍ରମାଣକାରୀଙ୍କୁ ଅଟକ ରଖାଯାଛି। ତାଙ୍କ ବହି ‘ଦି ସାଟାନିକ ଭର୍ସେସ’ ପାଇଁ ୧୯୮୦ ମସିହାରେ ରସିଦଙ୍କକୁ ହତ୍ୟା ଧମକ ଦିଆଯାଇଥିଲ। ଇସଲାମ ବିରୋଧୀ ଦର୍ଶାଇ ଏହି ବହିକୁ ୧୯୮୮ରୁ ଇରାନରେ ନିଷଦ୍ଧ କରାଯାଇଛି। ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତୱା  ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା  ରୁସଦିଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା । ମୂଳ ଭାରତୀୟ  ରସିଦ ଜଣେ ବ୍ରିଟେନ୍‌ ନାଗରିକ । ଦୀର୍ଘ ୨୦ ବର୍ଷ ହେଲା ରସିଦ୍‌ ଆମେରିକାରେ ରହି ଆସୁଛନ୍ତି।

Related story