ଅପରାଧୀ ବିକାଶ ଦୁବେର ଘରକୁ ମାଟିରେ ମିଶାଇଲା ପ୍ରଶାସନ, ବ୍ୟବହାର କଲା ସେଇ ଜେସିବି

କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଯେଉଁ ଜେସିବି ବ୍ୟବହାର କରି ବିକାଶ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରି ସହିଦ କରିଥିଲା, ଆଜି ସେହି ଜେସିବି ଦ୍ୱାରା ପ୍ରଶାସନ ତା’ ଘରକୁ ମାଟିରେ ମିଶାଇ ଦେଇଛି। ଆଜି ସକାଳୁ ପ୍ରଶାସନ ବିଥୁର ସ୍ଥିତ ବିକାଶର ଘରେ ପହଞ୍ଚି ଥିଲା। ଏହାପରେ ଜେସିବି ଲଗାଇ ପୂରା ଘରକୁ ଭାଙ୍ଗି ଦେଇଥିଲା। ଘର ଭାଙ୍ଗିବା ବେଳେ ଦୁଇଟି […]

dt

Hemant Lenka
  • Published: Saturday, 04 July 2020
  • , Updated: 04 July 2020, 09:26 PM IST

କାନପୁର: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଯେଉଁ ଜେସିବି ବ୍ୟବହାର କରି ବିକାଶ ୮ ଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି କରି ସହିଦ କରିଥିଲା, ଆଜି ସେହି ଜେସିବି ଦ୍ୱାରା ପ୍ରଶାସନ ତା’ ଘରକୁ ମାଟିରେ ମିଶାଇ ଦେଇଛି।

ଆଜି ସକାଳୁ ପ୍ରଶାସନ ବିଥୁର ସ୍ଥିତ ବିକାଶର ଘରେ ପହଞ୍ଚି ଥିଲା। ଏହାପରେ ଜେସିବି ଲଗାଇ ପୂରା ଘରକୁ ଭାଙ୍ଗି ଦେଇଥିଲା। ଘର ଭାଙ୍ଗିବା ବେଳେ ଦୁଇଟି ବଡ଼ କାର ଭଙ୍ଗାରୁଜା ଅବସ୍ଥାରେ ସେଠାରେ ପଡ଼ିଥିବ। ଦେଖିବାକୁ ମିଳିଛି। ଏହି ଦୁଇଟି କାର କାହାର ଜଣାପଡ଼ିନାହିଁ।

କିଛି ରିପୋର୍ଟରେ ଘର ଭାଙ୍ଗିବା ବେଳେ ପ୍ରଶାସନ ବିକାଶ ଦୁବେର ଏହି ଦୁଇଟି ଯାକ ଗାଡ଼ିକୁ ଜେସିବି ଦ୍ୱାରା ଭାଙ୍ଗି ଦେଇଥିବା କୁହାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏଯାଏ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।


୬୦ରୁ ଅଧିକ ଅପରାଧରେ ଜଡ଼ିତ ଥିବା ବିକାଶ ଗୁରୁବାର ରାତିରେ ବିକୁର ସ୍ଥିତ ଗାଁରେ ଲୁଚିଥିବା ଖବର ମିଳିବା ପରେ ପୁଲିସ୍‌ ପକ୍ଷରୁ ଅପରେସନ ଆରମ୍ଭ ହୋଇଥିଲା। ତେବେ ବିକାଶ ଜେସିବିକୁ ଆଗରେ ଥୋଇ ପୁଲିସ୍‌ ଗାଡ଼ିକୁ ଅଟକାଇ ଦେଇଥିଲା। ପୁଲିସ୍‌ବାବୁମାନେ ଗାଡ଼ିରୁ ଓହ୍ଲାଇବା ପରେ ଛାତ ଉପରୁ ହିଁ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଥିଲେ। ଘଟଣା ପରଠାରୁ ଫେରାର ଥିବା ବିକାଶର ଘରକୁ ଆଜି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦିଆଯାଇଛି। ବିକାଶର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ସହ ଅନ୍ୟ ସମ୍ପତ୍ତିକୁ ଜବତ କରିବା ପାଇଁ ପ୍ରସ୍ତୁତି ଜାରି ରହିଛି।

ବିକାଶ ଦୁବେକୁ ଧରିବା ଲାଗି ରାଜ୍ୟର ୨୫ଟି ପୁଲିସ୍ ଟିମକୁ ନିୟୋଜିତ କରାଯାଇଛି। ସେ ନେପାଳ ଖସି ପଳାଇଯାଇଥିବା ଆଶଙ୍କା କରି ଭାରତ-ନେପାଳ ସୀମାରେ ଆଲର୍ଟ ଜାରି କରାଯାଇଛି। ବିକାଶ ଦୁବେକୁ ଧରିବାକୁ ପୁଲିସ ୧୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି। ବିକାଶକୁ ସାହାଯ୍ୟ କରିବା ଅଭିଯୋଗରେ ଚୌବେପୁର ଥାନା ଅଧିକାରୀ ବିନୟ ତିଓ୍ୱାରୀଙ୍କୁ ସସପେଣ୍ଡ କରାଯାଇଛି।

Related story