ଭାରତୀୟ ଯୁଦ୍ଧ ବିମାନର ସୁରକ୍ଷା କବଚ ସାଜିଥିଲା ଏହି ସୁପର ସିଷ୍ଟମ୍‌

ନୂଆଦିଲ୍ଲୀ: ଯେତେବେଳେ ଭାରତର ଯୁଦ୍ଧ ବିମାନ ମିରାଜ୍‌ ୨୦୦୦ ଜେଟ୍‌ ପାକିସ୍ତାନରେ ପଶି ବୋମା ବର୍ଷଣ କରୁଥିଲା ତା’ର ସୁରକ୍ଷା କବଚ୍‌ ସାଜିଥିଲା ଆୱାକସ୍‌ (Airborne Warning And Control System)। ଏହି ସିଷ୍ଟମକୁ ଯୁଦ୍ଧ ବିମାନ୍‌ରେ ଫିଟ୍‌ କରାଯାଇଥାଏ। ଏହାର ବିଶେଷତ୍ୱ ହେଉଛି ଏହି ସିଷ୍ଟମ୍‌ ଶତ୍ରୁର ଗତିବିଧି ଉପରେ ନଜର ରଖି ଆଲର୍ଟ କରିଥାଏ। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁ ସେନା ପକ୍ଷରୁ ପାକିସ୍ତାନରେ ଆକାଶ ମାର୍ଗରୁ ଆକ୍ରମଣ କରଯାଥିଲା। ତେବେ […]

544

Tapas Behera
  • Published: Tuesday, 26 February 2019
  • , Updated: 26 February 2019, 02:50 PM IST

ନୂଆଦିଲ୍ଲୀ: ଯେତେବେଳେ ଭାରତର ଯୁଦ୍ଧ ବିମାନ ମିରାଜ୍‌ ୨୦୦୦ ଜେଟ୍‌ ପାକିସ୍ତାନରେ ପଶି ବୋମା ବର୍ଷଣ କରୁଥିଲା ତା’ର ସୁରକ୍ଷା କବଚ୍‌ ସାଜିଥିଲା ଆୱାକସ୍‌ (Airborne Warning And Control System)। ଏହି ସିଷ୍ଟମକୁ ଯୁଦ୍ଧ ବିମାନ୍‌ରେ ଫିଟ୍‌ କରାଯାଇଥାଏ। ଏହାର ବିଶେଷତ୍ୱ ହେଉଛି ଏହି ସିଷ୍ଟମ୍‌ ଶତ୍ରୁର ଗତିବିଧି ଉପରେ ନଜର ରଖି ଆଲର୍ଟ କରିଥାଏ। ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁ ସେନା ପକ୍ଷରୁ ପାକିସ୍ତାନରେ ଆକାଶ ମାର୍ଗରୁ ଆକ୍ରମଣ କରଯାଥିଲା। ତେବେ ଆକ୍ରମଣ ବେଳେ ଭାରତୀୟ ବାୟୁ ସେନା ଶତ୍ରୁର ପ୍ରତି ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା।

ମୁଖ୍ୟତଃ ଏୟାର ଡିଫେନ୍ସ ପାଇଁ ଏହି ଆୱାକସ୍‌ ସିଷ୍ଟମକୁ ବ୍ୟବହାର କରାଯାଥାଏ। ପ୍ରଥମେ ଆମେରିକା ବାୟୁସେନା ପକ୍ଷରୁ ଏହି ସିଷ୍ଟମର ବ୍ୟବହାର କରାଯାଇଥିଲା। ଏହି ସିଷ୍ଟମ ଆଖପାଖ ଅଞ୍ଚଳ ଏବଂ ବହୁ ନିମ୍ନରେ ଉଡ଼ୁଥିବା ବିମାନକୁ ଡିଟେକ୍ଟ କରିପାରେ। ପ୍ରାୟ ୩୦୦ କିମି ଦୂରରୁ ଶତ୍ରୁର ଗତିବିଧି ଉପରେ ନିଘା ରଖିପାରେ ଏହି ସୁପର ସିଷ୍ଟମ୍‌ । ଖାସ୍‌ କରି ଶତ୍ରୁ ପକ୍ଷ ଏହି ସିଷ୍ଟମର ଟେର ପାଏ ନାହିଁ। ଏହା ଯେ କୌଣସି ପାଗରେ ମଧ୍ୟ କାମ କରିବା ପାଇଁ ସକ୍ଷମ ହୋଇଥାଏ। ଏହି କମ୍ପ୍ୟୁଟର ଶତ୍ରୁର ସମସ୍ତ ପ୍ରକାର ଆକ୍ଟିଭିଟିକୁ ରେକର୍ଡ କରିନିଏ।

ସୂଚନାଯୋଗ୍ୟ, ଏଲ୍‌ଓସି ଅତିକ୍ରମ କରି ଆଜି ଭୋର ୩ଟା ୩୦ରେ ଭାରତୀୟ ବାୟୁସେନାର ୧୨ଟି ଲଢ଼ୁଆ ମିରାଜ୍‌-୨୦୦୦ ବିମାନ ପିଓକେରେ ପ୍ରବେଶ ୧୦୦୦ କେଜିର ବୋମା ବର୍ଷଣ କରିଥିଲା। ଏଥିରେ ଏକାଧିକ ଆତଙ୍କବାଦୀ ଆଡ୍ଡା ସହ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦର କଣ୍ଟ୍ରୋଲରୁମ୍‌କୁ ଧ୍ୱଂସ ହୋଇଛି ।

Related story