ନୂଆଦିଲ୍ଲୀ: ୪୦ ଦିନର ଶୁଣାଣି, ଅନେକ ଚର୍ଚ୍ଚା ଏବଂ ୧୦୦୦ ଊର୍ଦ୍ଧ୍ୱ ପୃଷ୍ଠାର ରାୟ। ଏଭଳି ଲଗାତାର କାର୍ଯ୍ୟବ୍ୟସ୍ତତା ଭିତରୁ ବର୍ତ୍ତମାନ ଫୁରସତ୍ ପାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠର ୪ ଜଣ ବିଚାରପତି।
ଖବର ସରବରାହ ସଂସ୍ଥା ଆଇଏଏନ୍ଏସ୍ ପକ୍ଷରୁ କୁହାଯାଇଛି, ଜଷ୍ଟିସ୍ ଗୋଗୋଇ ୪ ଜଣ ବିଚାରପତିଙ୍କ ସହ ଦିଲ୍ଲୀର ପ୍ରସିଦ୍ଧ ତାଜ୍ ମାନସିଂହ ହୋଟେଲରେ ଆଜି ରାତ୍ର ଭୋଜନ କରିବେ। ଜଷ୍ଟିସ୍ ଗୋଗୋଇଙ୍କ ସହିତ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଏସ୍ଏ ନଜୀର ମଧ୍ୟ ସଦସ୍ୟ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଜଷ୍ଟିସ୍ ଗୋଗୋଇଙ୍କ ନେତୃତ୍ୱରେ ଏହି ସାମ୍ବିଧାନିକ ଖଣ୍ଡପୀଠ ୩୦ ମିନିଟ୍ ଧରି ଆଜି ରାୟ ପଢ଼ିଥିଲେ। ଏହା ବହୁ ଦଶନ୍ଧିର ବିବାଦରେ ଅନ୍ତ ଘଟାଇଛି। ୫ ଜଣ ବିଚାରପତିଙ୍କ ସମ୍ମତିକ୍ରମେ ଏହି ରାୟ ଆସିଥିଲା। ଆସନ୍ତା ୧୭ ତାରିଖରେ ଜଷ୍ଟିସ୍ ଗୋଗୋଇ ଅବସର ନେବାପରେ ଜଷ୍ଟିସ୍ ଏସ୍ଏ ବୋବ୍ଡେ ପ୍ରଧାନବିଚାରପତି ଦାୟିତ୍ୱ ନେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।
National
ଲିଫ୍ଟ ଦେଉଥିଲା, ଜୀବନ ନେଉଥିଲା: ୧୧ ଜଣଙ୍କୁ ମାରିବା ପରେ ଧରାପଡ଼ିଲା
ଜଣେ ମୃତକଙ୍କ ପୀଠରେ ଅଭିଯୁକ୍ତ ଜଣକ ପିଠିରେ ଧୋକା ବାଜ ବୋଲି ଲେଖିଥିଲା। ପୀଡ଼ିତ ଜଣଙ୍କ ପୂର୍ବତନ ସେନା କର୍ମଚାରୀ। ସେ ଗୋଟିଏ ଘରୋଇ ଫ୍ୟାକ୍ଟ୍ରୀରେ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିଲେ।