ଅଯୋଧ୍ୟା ରାୟ ପରେ ୫ ବିଚାରପତି ନେବେ ‘୫ ଷ୍ଟାର’ ବିରତି

ନୂଆଦିଲ୍ଲୀ: ୪୦ ଦିନର ଶୁଣାଣି, ଅନେକ ଚର୍ଚ୍ଚା ଏବଂ ୧୦୦୦ ଊର୍ଦ୍ଧ୍ୱ ପୃଷ୍ଠାର ରାୟ। ଏଭଳି ଲଗାତାର କାର୍ଯ୍ୟବ୍ୟସ୍ତତା ଭିତରୁ ବର୍ତ୍ତମାନ ଫୁରସତ୍‌ ପାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠର ୪ ଜଣ ବିଚାରପତି। ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ପକ୍ଷରୁ କୁହାଯାଇଛି, ଜଷ୍ଟିସ୍‌ ଗୋଗୋଇ ୪ ଜଣ ବିଚାରପତିଙ୍କ ସହ ଦିଲ୍ଲୀର ପ୍ରସିଦ୍ଧ ତାଜ୍‌ ମାନସିଂହ ହୋଟେଲରେ ଆଜି ରାତ୍ର ଭୋଜନ କରିବେ। ଜଷ୍ଟିସ୍‌ ଗୋଗୋଇଙ୍କ ସହିତ […]

Ranjan-GoGoi

Subrat Kumar Nayak
  • Published: Saturday, 09 November 2019
  • , Updated: 09 November 2019, 05:16 PM IST

ନୂଆଦିଲ୍ଲୀ: ୪୦ ଦିନର ଶୁଣାଣି, ଅନେକ ଚର୍ଚ୍ଚା ଏବଂ ୧୦୦୦ ଊର୍ଦ୍ଧ୍ୱ ପୃଷ୍ଠାର ରାୟ। ଏଭଳି ଲଗାତାର କାର୍ଯ୍ୟବ୍ୟସ୍ତତା ଭିତରୁ ବର୍ତ୍ତମାନ ଫୁରସତ୍‌ ପାଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଏବଂ ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠର ୪ ଜଣ ବିଚାରପତି।

ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ପକ୍ଷରୁ କୁହାଯାଇଛି, ଜଷ୍ଟିସ୍‌ ଗୋଗୋଇ ୪ ଜଣ ବିଚାରପତିଙ୍କ ସହ ଦିଲ୍ଲୀର ପ୍ରସିଦ୍ଧ ତାଜ୍‌ ମାନସିଂହ ହୋଟେଲରେ ଆଜି ରାତ୍ର ଭୋଜନ କରିବେ। ଜଷ୍ଟିସ୍‌ ଗୋଗୋଇଙ୍କ ସହିତ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ, ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ଏସ୍‌ଏ ନଜୀର ମଧ୍ୟ ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଜଷ୍ଟିସ୍‌ ଗୋଗୋଇଙ୍କ ନେତୃତ୍ୱରେ ଏହି ସାମ୍ବିଧାନିକ ଖଣ୍ଡପୀଠ ୩୦ ମିନିଟ୍‌ ଧରି ଆଜି ରାୟ ପଢ଼ିଥିଲେ। ଏହା ବହୁ ଦଶନ୍ଧିର ବିବାଦରେ ଅନ୍ତ ଘଟାଇଛି। ୫ ଜଣ ବିଚାରପତିଙ୍କ ସମ୍ମତିକ୍ରମେ ଏହି ରାୟ ଆସିଥିଲା। ଆସନ୍ତା ୧୭ ତାରିଖରେ ଜଷ୍ଟିସ୍‌ ଗୋଗୋଇ ଅବସର ନେବାପରେ ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ପ୍ରଧାନବିଚାରପତି ଦାୟିତ୍ୱ ନେବେ।

Related story