ନୂଆଦିଲ୍ଲୀ:ସୁପ୍ରିମ୍କୋର୍ଟର ଐତିହାସିକ ରାୟରେ ଏହି ବିବାଦର ପ୍ରଥମ ଆବେଦନକାରୀ ଗୋପାଳ ସିଂହ ବିଶାରଦ ରାମ ଲାଲାଙ୍କ ପୂଜା ଅଧିକାର ପାଇଛନ୍ତି। ସେ ୧୯୫୦ ମସିହାରେ ଏହି ଅଧିକାର ପାଇଁ ଆବେଦନ କରିଥିଲେ। ତାଙ୍କର ୧୯୮୬ରେ ମୃତ୍ୟୁ ହୋଇଯାଇଛି। ଅର୍ଥାତ ମୃତ୍ୟୁର ୩୩ ବର୍ଷ ପରେ ସେ ପୂଜା କରିବାର ଅଧିକାର ପାଇଛନ୍ତି।
ତାଙ୍କ ପୁଅ ରାଜେନ୍ଦ୍ର ସିଂହ ବର୍ତ୍ତମାନ ଆଇନଗତ ଲଢ଼େଇ ଲଢ଼ୁଛନ୍ତି। ସେ କହିଛନ୍ତି, ବାପା ଏହି ପବିତ୍ର ସହରରେ ବସବାସ କରିବା ପାଇଁ ଅଯୋଧ୍ୟା ଚାଲିଆସିଥିଲେ। ସେ ନିୟମିତ ଭାବେ ବିବାଦୀୟ ସ୍ଥାନରେ ଅବସ୍ଥାପିତ ରାମ ଲାଲାଙ୍କ ଦର୍ଶନ ପାଇଁ ନିୟମିତ ଯାଉଥିଲେ। ୧୯୫୦ ଜାନୁଆରୀ ୧୪ରେ ସୁରକ୍ଷା କର୍ମୀ ତାଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ।
ଏହାପରେ ସେ ପୂଜା ପାଇଁ ଅଧିକାର ପାଇବାକୁ ଆବେଦନ କରିଥିଲେ। ଏହି ମାମଲା ପରେ ଆହ୍ଲାବାଦ୍ ହାଇକୋର୍ଟ ଏବଂ ପରେ ସୁପ୍ରିମ୍କୋର୍ଟକୁ ଯାଇଥିଲା।