ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜେଏସ୍ ବର୍ମାଙ୍କୁ ଉଦ୍ଧୃତ କରି କହିଛନ୍ତି, ସୁପ୍ରିମ୍କୋର୍ଟ ‘ସୁପ୍ରିମ୍’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି।
ଏଆଇଏମ୍ଆଇଏମ୍ ମୁଖ୍ୟ ଓୱେସି ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଉକ୍ତିକୁ ବାରମ୍ବାର ଦୋହରାଇଛନ୍ତି। ଅଯୋଧ୍ୟା ରାୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ମତ ଦେଇଛନ୍ତି।
ଓୱେସି କହିଛନ୍ତି, ଏହା ପ୍ରମାଣ ଉପରେ ଆସ୍ଥାର ବିଜୟ। ସେ ଏହା ପୂର୍ବରୁ ଏକ ଟ୍ୱିଟ୍ କରି ଉପରୋକ୍ତ ଉକ୍ତି ଲେଖାଥିବା ଏକ ବହିର ମଲାଟ ଅପ୍ଲୋଡ୍ କରିଥିଲେ। ତାଙ୍କ ପୂର୍ବରୁ ସୁନି ୱାକ୍ଫ ବୋର୍ଡର ଓକିଲ ଜଫରୟାବ୍ ଜିଲାନୀ ମଧ୍ୟ ରାୟକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ସେ ରିଭ୍ୟୁ ପାଇଁ ମଧ୍ୟ ଆବେଦନ କରିବାକୁ ବିଚାର କରିବେ ବୋଲି କହିଥିଲେ।