ଆତଙ୍କୀ ଆଝାର ୟୁସୁଫ ନିହତ, କାନ୍ଦାହାର ବିମାନ ଅପହରଣ ଘଟଣାରେ ସାମିଲ ଥିଲା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜୈଶର ବାଲାକୋଟ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ଏଥିରେ ପ୍ରାୟ ୩୫୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି। ଏହି କ୍ୟାମ୍ପରେ ଜୈଶର ପ୍ରତିଷ୍ଠାତା ମାସୁଦ ଆଝାରର ଶାଳକ ତଥା କୁଖ୍ୟାତ ଆତଙ୍କୀ ଆଝାର ୟୁସୁଫ ମଧ୍ୟ ରହିଥିଲା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ରେ ୟୁସୁଫ ମଧ୍ୟ ନିହତ ହୋଇଥିବା କୁହାଯାଉଛି। ୟୁସୁଫ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି -୮୧୪ ଅପହରଣ ଘଟଣାରେ ମଧ୍ୟ […]

rdf

Hemant Lenka
  • Published: Tuesday, 26 February 2019
  • , Updated: 26 February 2019, 05:12 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ଆଜି ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ଜୈଶର ବାଲାକୋଟ କ୍ୟାମ୍ପ ଧ୍ୱଂସ ହୋଇଯାଇଛି। ଏଥିରେ ପ୍ରାୟ ୩୫୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।

ଏହି କ୍ୟାମ୍ପରେ ଜୈଶର ପ୍ରତିଷ୍ଠାତା ମାସୁଦ ଆଝାରର ଶାଳକ ତଥା କୁଖ୍ୟାତ ଆତଙ୍କୀ ଆଝାର ୟୁସୁଫ ମଧ୍ୟ ରହିଥିଲା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ରେ ୟୁସୁଫ ମଧ୍ୟ ନିହତ ହୋଇଥିବା କୁହାଯାଉଛି। ୟୁସୁଫ ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି -୮୧୪ ଅପହରଣ ଘଟଣାରେ ମଧ୍ୟ ସାମିଲ ରହିଥିଲା। ତା’ ବିରୋଧରେ ଇଣ୍ଟରପୋଲ ୨୦୦୦ ମସିହାରୁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି।

ୟୁସୁଫ ଏହି ବାଲାକୋଟ କ୍ୟାମ୍ପର ମୁଖ୍ୟ ରହିଥିଲା। ଇଣ୍ଟରପୋଲର ନୋଟିସ୍‌ ଅନୁଯାୟୀ, ୟୁସୁଫ କରାଚିର ହୋଇଥିବା ବେଳେ ସେ ହିନ୍ଦୀ, ଉର୍ଦ୍ଧ୍ୱୁ ଓ ପାକିସ୍ତାନୀ ଭାଷାରେ କଥା ହୋଇପାରେ। ଆଇସି ୮୧୪ ବିମାନ ନେପାଳରୁ କାନ୍ଦାହାରକୁ ଅପହରଣ କରାଯିବା ଘଟଣାରେ ୟୁସୁଫ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରହିଥିଲା।

ସେ ବିମାନ ଅପହରଣ କରିବା ପରେ ଭାରତ ସରକାର ଗିରଫ କରିଥିବା ମାସୁଦ ଆଝାର ଓ ଅନ୍ୟ ଦୁଇ ଜଣ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ରାଜି ହୋଇଥିଲେ। ଏହାପରେ ଆଝାର ଜୈଶ ଇ ସଂଗଠନ ପ୍ରତିଷ୍ଠା କରି ଭାରତରେ ଏକାଧିକ ଆକ୍ରମଣ କରିବାକୁ ସକ୍ଷମ ହୋଇଛି।

Related story