ହ୍ୱାଟ୍ସଆପ୍‌କୁ କଡ଼ା ଟକ୍କର ଦେବ ବାବା ରାମଦେବଙ୍କ ନୂଆ ମେସେଜିଂ ଆପ୍

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍ ସହ ମିଶି ସିମ୍‌ କାର୍ଡ଼ ଲଞ୍ଚ କରିବା ପରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ସୋସିଆଲ ମିଡିଆ ସେକ୍ଟରରେ ମଧ୍ୟ ହଇଚଇ ସୃଷ୍ଟି କଲାଣି। ହ୍ୱାଟସ୍‌ଆପ୍‌ ଭଳି ମେସେଜିଂ ଆପ୍‌ କମ୍ପାନୀଗୁଡ଼ିକୁ ଟକ୍କର ଦେବା ପାଇଁ ଗତକାଲି ‘ପତଞ୍ଜଳି’ ଏକ ନୂଆ ମେସେଜିଂ ଆପ୍‌ ଲଞ୍ଚ କରିଛି। ଏହି ଆପ୍‌ର ନା ରହିଛି ‘କିମ୍ଭୋ’। ଏହି ଆପ୍‌ର ଟ୍ୟାଗ୍‌ ଲାଇନ୍‌ ରହିଛି, ‘ଅବ୍ ଭାରତ ବୋଲଗା’। ପତଞ୍ଜଳିର ମୁଖପାତ୍ର ତିଜାରୱାଲା କହିଛନ୍ତି […]

kimbho

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 10:43 AM IST

ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍ ସହ ମିଶି ସିମ୍‌ କାର୍ଡ଼ ଲଞ୍ଚ କରିବା ପରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ସୋସିଆଲ ମିଡିଆ ସେକ୍ଟରରେ ମଧ୍ୟ ହଇଚଇ ସୃଷ୍ଟି କଲାଣି। ହ୍ୱାଟସ୍‌ଆପ୍‌ ଭଳି ମେସେଜିଂ ଆପ୍‌ କମ୍ପାନୀଗୁଡ଼ିକୁ ଟକ୍କର ଦେବା ପାଇଁ ଗତକାଲି ‘ପତଞ୍ଜଳି’ ଏକ ନୂଆ ମେସେଜିଂ ଆପ୍‌ ଲଞ୍ଚ କରିଛି। ଏହି ଆପ୍‌ର ନା ରହିଛି ‘କିମ୍ଭୋ’।

ଏହି ଆପ୍‌ର ଟ୍ୟାଗ୍‌ ଲାଇନ୍‌ ରହିଛି, ‘ଅବ୍ ଭାରତ ବୋଲଗା’। ପତଞ୍ଜଳିର ମୁଖପାତ୍ର ତିଜାରୱାଲା କହିଛନ୍ତି ଯେ ଏହି ଆପ୍‌ ହ୍ୱାଟ୍ସଆପ୍‌କୁ କଡ଼ା ଟକ୍କର ଦେବ। ସେ କହିଛନ୍ତି ଯେ ଏବେ ବିଦେଶୀ ମେସେଜିଂ ଆପ୍‌କୁ ଟକ୍କର ଦେବ ଆମ ସ୍ୱଦେଶୀ ପ୍ଲାଟଫର୍ମ। ଏହି ଆପ୍‌କୁ ଆପଣ ସିଧା ପ୍ଲେଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ।

ଏହା ପୂର୍ବରୁ ବାବା ରାମଦେବ ବିଏସ୍ଏନ୍‌ଏଲ୍‌ ସହ ମିଶି ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ଼ ଲଞ୍ଚ କରିଥିଲେ।

ଅଧିକ ପଢ଼ନ୍ତୁ-  ବଜାରକୁ ଆସିଲା ପତଞ୍ଜଳି ସିମ୍‌ , ବାବା ଦେଉଛନ୍ତି ଡବଲ ଧମାକା ଅଫର

 

Related story