ବାବ୍ରି ହିଂସା ମାମଲା, ଦିଗବିଜୟଙ୍କ ପ୍ରଶ୍ନର ଜବାବ ଦେଲେ ଶିବରାଜ

ଭୋପାଲ: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ କଂଗ୍ରେସ ନେତା ଦିଗବିଜୟ ସିଂହ ଏହାକୁ ସ୍ୱାଗତ କରିଥିଲେ। ହେଲେ ଏହି ଆଳରେ ବାବ୍ରି ମସଜିଦ ହିଂସା ଘଟଣାର ଅପରାଧୀ କେବେ ଦଣ୍ଡ ପାଇବେ ସେ ନେଇ ପ୍ରଶ୍ନ କରିଥିଲେ। ଯାହାର ଜବାବ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ବିକୃତ ମାନସିକ ବ୍ୟକ୍ତିଙ୍କୁ ସମାଜ ଠିକ୍ ଜବାବ ଦେବ ବୋଲି ସେ କହିଛନ୍ତି। ଆଜି ଟୁଇଟ୍ କରି ଦିଗବିଜୟଙ୍କୁ ଟ୍ୟାଗ କରି ଶିବରାଜ […]

Shivraj-Singh-Chouhan

Subhransu Sekhar
  • Published: Monday, 11 November 2019
  • , Updated: 11 November 2019, 06:08 PM IST

ଭୋପାଲ: ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାର ରାୟ ଶୁଣାଇବା ପରେ କଂଗ୍ରେସ ନେତା ଦିଗବିଜୟ ସିଂହ ଏହାକୁ ସ୍ୱାଗତ କରିଥିଲେ। ହେଲେ ଏହି ଆଳରେ ବାବ୍ରି ମସଜିଦ ହିଂସା ଘଟଣାର ଅପରାଧୀ କେବେ ଦଣ୍ଡ ପାଇବେ ସେ ନେଇ ପ୍ରଶ୍ନ କରିଥିଲେ। ଯାହାର ଜବାବ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ବିକୃତ ମାନସିକ ବ୍ୟକ୍ତିଙ୍କୁ ସମାଜ ଠିକ୍ ଜବାବ ଦେବ ବୋଲି ସେ କହିଛନ୍ତି।

ଆଜି ଟୁଇଟ୍ କରି ଦିଗବିଜୟଙ୍କୁ ଟ୍ୟାଗ କରି ଶିବରାଜ ଲେଖିଛନ୍ତି, ଅଯୋଧ୍ୟା ରାୟ ପରେ ସାରା ଦେଶ ଏକ ହୋଇଛି। ଦୀର୍ଘ ବର୍ଷର ମାମଲାର ରାୟ ଆସିଥିବାରୁ ସମସ୍ତେ ଖୁସି ଅଛନ୍ତି। ଏଭଳି ସ୍ଥିତିରେ ସମାଜରେ ବିଭେଦ ସୃଷ୍ଚି କରିବାକୁ ଚେଷ୍ଟା କରୁଥିବା ବିକୃତ ମାନସିକ ବ୍ୟକ୍ତିଙ୍କୁ ସମାଜ ଦେବ ବୋଲି ଶିବରାଜ କହିଛନ୍ତି।


ସୂଚନାଯୋଗ୍ୟ, ଗତକାଲି ଦିଗବିଜୟ ସିଂହ ଟୁଇଟ୍ କରି କହିଥିଲେ ବାବ୍ରି ମସଜିଦ ହିଂସା ଘଟଣାକୁ ଅପରାଧ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାରି ଭିତରେ ୨୭ ବର୍ଷି ବିତିଛି। କେବେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଆଗକୁ ଦେଖିବାକୁ ବାକି ରହିଲା।

Related story