ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ନିଜ ଘୋଷଣାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଦିଲ୍ଲୀର ରାସ୍ତାରେ ଖାଲଖମାକୁ ହାଇଟେକ୍ ଉପାୟରେ ମରାମତି କରିବା ନେଇ ସେ ଘୋଷଣା କରିବା ପରେ ଗମ୍ଭୀର ନିଜର ଚିରାଚରିତ ଶୈଳୀରେ ସମାଲୋଚନା କରିଛନ୍ତି। ଗମ୍ଭୀର ହିନ୍ଦୀ ଗୀତ ‘ବାବୁଜୀ ଧୀରେ ଚଲ୍ନା’କୁ ନୂଆ କିଛି ଶବ୍ଦ ସହ ଉପସ୍ଥାପନ କରିଛନ୍ତି।
କେଜ୍ରି ଏହାପୂର୍ବରୁ ଟ୍ୱିଟ୍ କରିଥିଲେ, ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଅଳ୍ପ କିଛି ରାସ୍ତା ଆସୁଛି। କିନ୍ତୁ ଏସବୁ ଦେଇ ହଜାର ହଜାର ଲୋକ ଯିବା ଆସିବା କରିଥା’ନ୍ତି। ତେଣୁ ବର୍ଷା ସମୟରେ ଲୋକେ ଅସୁବିଧାରେ ନପଡ଼ିବାକୁ ଦୃଷ୍ଟିରେ ରଖି ଆମେ ଏଭଳି ବୃହତ୍ ଅଭିଯାନ ଆରମ୍ଭ କରିଛୁ।
ତେବେ ଗମ୍ଭୀର ଏହାର କିଛି ଘଣ୍ଟା ପରେ ଟ୍ୱିଟରରେ ଲେଖିଥିଲେ, ବାବୁଜୀ ଧୀରେ ଚଲ୍ନା, ବଢ଼େ ଗଡ୍ଢେ ହେଁ ଇସ୍ ରାହ୍ ମେଁ। ହମ୍ କୋ ମାଲୁମ୍ ହୈ ‘ଦିଲ୍ଲୀ’ କୀ ହକିକ୍କତ୍, ଲେକିନ୍ ଦିଲ୍ କୋ ଖୁସ୍ ରଖନେ କୋ ଅରବିନ୍ଦ କେଜ୍ରିୱାଲ, ୟେ ଖୟାଲ ଅଚ୍ଛା ହୈ।
କେଜ୍ରିୱାଲ ପୂର୍ବରୁ ଆହୁରି ମଧ୍ୟ କହିଥିଲେ, ୫୦ ଜଣ ବିଧାୟକ ଆଜି ୨୦-୨୫ କିମି ରାସ୍ତାର ନିରୀକ୍ଷଣ କରିବେ। ତାଙ୍କ ସହ ଇଞ୍ଜିନିୟର ମଧ୍ୟ ଯିବେ। ଆପ୍ଲିକେସନ୍ ମାଧ୍ୟମରେ ଏସବୁର ଫଟୋ ନିଆଯିବ ଏବଂ ତୁରନ୍ତ ଠିକ୍ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।