ବାବୁଲ ସୁପ୍ରିୟୋଙ୍କ ଉପରେ ଆକ୍ରମଣ, ଟଣାଓଟରା କଲେ ସାର୍ଟ ଚିରିଲେ

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏନ୍‌ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ,ଭଳି ଘଟାଇଛନ୍ତି। ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏଥିରେ ଏତେ ସଙ୍ଗିନ୍‌ ପରିସ୍ଥିତି ସତ୍ତ୍ୱେ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଉଛି। […]

babul

babul

Subrat Kumar Nayak
  • Published: Thursday, 19 September 2019
  • Updated: 19 September 2019, 10:04 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରେ ଆଜି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏନ୍‌ଆରସି ଲାଗୁ ହେବାକୁ ବିରୋଧ କରି କିଛି ଛାତ୍ର ,ଭଳି ଘଟାଇଛନ୍ତି। ଆଜି ଏବିଭିପି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବାବୁଲଙ୍କୁ କିଛି ଛାତ୍ର ଟଣାଓଟରା କରିବା ସହ ତାଙ୍କ ଶାର୍ଟ ଚିରିଦେଇଥିବା ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଏଥିରେ ଏତେ ସଙ୍ଗିନ୍‌ ପରିସ୍ଥିତି ସତ୍ତ୍ୱେ ବାବୁଲ ଉତ୍ତ୍ୟକ୍ତ ଛାତ୍ରମାନଙ୍କୁ ଜବାବ ରଖୁଥିବା ଦେଖାଯାଉଛି। ଏହି ଘଟଣାରେ ରାଜ୍ୟପାଳ ଜଗଦୀପ୍‌ ଧନକରଙ୍କ ହସ୍ତକ୍ଷେପ ପରେ ଯାଇ ବାବୁଲ ଏହି ଆକ୍ରମଣରୁ ବାହାରି ପାରିଛନ୍ତି।
https://twitter.com/PassionForNews/status/1174691047206793216?s=20
ଦିନ ୨.୩୦ରୁ ଆରମ୍ଭ କରି ଦୀର୍ଘ ୫ ଘଣ୍ଟା ଯାଏ ଏଭଳି ସ୍ଥିତି ଜାରି ରହିଥିଲା। ବାମ ଦଳଙ୍କ ସହ ଜଡ଼ିତ କିଛି ଛାତ୍ର ସଂଗଠନ ଏଥିରେ ଜଡ଼ିତ ଥିବା କୁହାଯାଉଛି। ବିଶେଷ କରି ଆର୍ଟସ ଫ୍ୟାକଲ୍‌ଟି ଷ୍ଟୁଡେଣ୍ଟସ୍‌ ୟୁନିଅନ୍‌ ଏବଂ ଷ୍ଟୁଡେଣ୍ଟ ଫେଡରେସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ)ର କାର୍ଯ୍ୟକର୍ତ୍ତା ‘ବାବୁଲ ସୁପ୍ରିୟୋ ଗୋ ବ୍ୟାକ୍‌’ ସ୍ଲୋଗାନ୍‌ ଦେଇ ବାବୁଲଙ୍କୁ ଘେରିଯାଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ କିଛି ଅଣଛାତ୍ର ଥିବା ମଧ୍ୟ ଅଭିଯୋଗ ଆସିଛି।
https://twitter.com/SwamiGeetika/status/1174718241358241793?s=20
ବାବୁଲ ଏହି ଘଟଣାକୁ ନେଇ କହିଛନ୍ତି, “ମୁଁ ଏଠାକୁ ରାଜନୀତି କରିବାକୁ ଆସିନି। କିନ୍ତୁ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ବ୍ୟବହାରକୁ ନେଇ ଦୁଃଖ ଲାଗୁଛି। ସେମାନେ ମୋ ଚୁଟି ଭିଡ଼ିଲେ ଏବଂ ମୋତେ ଠେଲାପେଲା କଲେ।” ସେ ଆହୁରି ମଧ୍ୟ କହିଛନ୍ତି, ଶାନ୍ତି ଭଙ୍ଗ ପାଇଁ ଏଭଳି କରାଯାଇଛି। ଏହି ଆକ୍ରମଣକାରୀମାନେ ନିଜକୁ ନକ୍ସଲ କହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବାବୁଲ।

ଏଭଳି ବେଶ୍‌ କିଛି ସମୟ ଚାଲିବା ପରେ ପ୍ରଶାସନର ନୀରବତା ଦେଖି ସନ୍ଧ୍ୟା ପ୍ରାୟ ୬.୩୦ ବେଳକୁ ରାଜ୍ୟପାଳ ଜଗ୍‌ଦୀପ୍‌ ଧନ୍‌କର୍‌ ପହଞ୍ଚିଥିଲେ। ସେ କର୍ତ୍ତୃପକ୍ଷ ଏବଂ ବାବୁଲଙ୍କୁ ଭେଟିବାକୁ ପହଞ୍ଚିଥିଲେ। ସେ ମଧ୍ୟ କଡ଼ା ବିରୋଧର ସମ୍ମୁଖୀନ ହୋଇଥିଲେ। ସେମାନେ ବାବୁଲଙ୍କୁ ଛାଡ଼ିବେନି କହିଥିଲେ।

ଏହି ପ୍ରସଙ୍ଗରେ ରାଜ୍ୟପାଳ ଜଗଦୀପ୍‌ କହିଥିଲେ, ଏହା ଚନ୍ତାଜନକ ଘଟଣା। ଏହା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି। ରାଜ୍ୟପାଳଙ୍କ ଗାଡ଼ିକୁ ମଧ୍ୟ ଛଡ଼ାଯାଇନଥିଲା। ଫଳରେ ରାଜ୍ୟପାଳ ନିଜେ ଗାଡ଼ିରୁ ଓହ୍ଲାଇ ପୁଲିସ୍‌ ସହାୟତାରେ ବାବୁଲଙ୍କୁ ଉଦ୍ଧାର କରିଥିଲେ। ଏକ ଭିଡିଓରେ ଦେଖାଯାଉଛି, ବାବୁଲ ଏହି ଛାତ୍ରମାନଙ୍କୁ ପ୍ରଶ୍ନ କରୁଛନ୍ତି ଭାରତୀୟ ନାଗରିକ ଏବଂ ଏନ୍‌ଆରସି ମଧ୍ୟରେ କିଛି ଫରକ ଅଛି କି ନା। ପ୍ରଥମେ ତାହା ଜାଣିନିଅ ପରେ ଯୁକ୍ତିକୁ ଆସିବ।

ଏହି ଘଟଣା ପରେ ଏବିଭିପିର ଛାତ୍ରମାନେ ବିଶ୍ୱବିଦ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ବୃହତ୍‌ ସଂଖ୍ୟାରେ ପୁଲିସ୍‌ ନିୟୋଜିତ ହୋଇଛନ୍ତି। କ୍ୟାମ୍ପସ୍‌ ପରିସ୍ଥିତି ସଙ୍ଗିନ୍‌ ରହିଛି। ଏଠାରେ ୨୦ ବର୍ଷ ଧରି ଅଧ୍ୟାପନା କରିଥିବା ମେଘାଳୟ ରାଜ୍ୟପାଳ ତଥାଗତ ରାୟ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story