ମନ ଜିଣିଲେ କୁନି ମଫଲରମ୍ୟାନ୍
ନୂଆଦିଲ୍ଲୀ: ଆଜି ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ। ତେବେ ଏହି ଶପଥ ଗ୍ରହଣ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲେ ‘କୁନି ମଫଲରମ୍ୟାନ୍’। ନିର୍ବାଚନ ସମୟରେ ବେଶ ଚର୍ଚ୍ଚାର ଥିବା ଏହି ୧ ବର୍ଷର ବାଳକ ଆଜି ନିମନ୍ତ୍ରିତ ଅତିଥି ଥିଲେ।
ଆପ୍ର ଅଫିସିଆଲ ହ୍ୟାଣ୍ଡଲରରୁ ହିଁ ଟ୍ୱିଟ୍ କରି ଆଭ୍ୟାନ୍ ତୋମାର ନାମକ ଏହି କୁନି ମଫଲରମ୍ୟାନ୍ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ୧୩ ତାରିଖରେ ହିଁ ନିମନ୍ତ୍ରଣ କରି ୧୬ ତାରିଖ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା।
Big Announcement:
Baby Mufflerman is invited to the swearing in ceremony of @ArvindKejriwal on 16th Feb.
Suit up Junior! pic.twitter.com/GRtbQiz0Is
— AAP (@AamAadmiParty) February 13, 2020
ଆଉ ଆଜି ରାମଲୀଲା ମୈଦାନରେ ସେ ହାଜର ହୋଇଯାଇଥିଲେ। ତାଙ୍କ ସହ ଫଟୋ ଉଠାଇବାକୁ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ବିଭିନ୍ନ ଲୋକଙ୍କ ମଧ୍ୟରେ ଆପ୍ ବିଧାୟକ ରାଘବ ଚଢ଼ା ମଧ୍ୟ ତାଙ୍କ ସହ ଫଟୋ ଉଠାଇବାକୁ ଭୁଲିନଥିଲେ।
With the adorable #BabyMufflerman pic.twitter.com/qWmVydyJia
— Raghav Chadha (@raghav_chadha) February 16, 2020
ଏହା ପରେ ଥିଲେ ‘କୁନି ମଫଲରମ୍ୟାନ୍’ଙ୍କ ପ୍ରତି ଭଲପାଇବା ଜଣାଇ ବିଭିନ୍ନ ଟ୍ୱିଟ୍ ବର୍ଷା ହେବାରେ ଲାଗିଥିଲା।
Baby muffler man in the oath ceremony of CM kejriwal. Swag of AAP supporter 😎🤟😛#kejriwal #OathCeremony #Babymufflerman #swag #delhi #RamlilaMaidan #AAPKiDilli pic.twitter.com/Xd0Di5yj2K
— ashish pandey (@ashispandey1693) February 16, 2020
Symbol of India’s hope filled future.
— KB (@WritesKayBee) February 16, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।