ଭୁଲ ବାଟରେ ଯାଉଥିଲା ବସ୍‌, ବୁଦ୍ଧି ଶିଖାଇଲେ ମହିଳା

ନୂଆଦିଲ୍ଲୀ: ସ୍କୁଟି ଚଲାଉଥିବା ଜଣେ ମହିଳାଙ୍କ ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଏହାର କାରଣ କ’ଣ ଜାଣିଲେ ଯେକେହି ମଧ୍ୟ ତାଙ୍କର ପ୍ରଶଂସା କରିବେ। ଭାଇରାଲ ହେଉଥିବା ଏକ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଏକ ବସ୍‌ ରାସ୍ତାର ଡାହାଣ ପଟେ ଛିଡ଼ା ହୋଇଛି। ଆଉ ତା’ର ସାମ୍ନାରେ ଏହି ମହିଳା ଛିଡ଼ା ହୋଇଛନ୍ତି।

ସେ ଏପରି କରିବାର କାରଣ ବସ୍‌ଟି ବାମ ପଟେ ଯିବା ବଦଳରେ ଡାହାଣ ଆଡ଼କୁ ମାଡ଼ି ଆସିଛି। ଏହି ମହିଳା ବସ୍‌ ସାମ୍ନାରେ ନିଶ୍ଚଳ ହୋଇ ଛିଡ଼ାହେବା ପରେ ବସ୍‌ ଡ୍ରାଇଭର ବାମ ଦିଗକୁ ମୋଡ଼ ନେବାକୁ ବାଧ୍ୟ ହେଉଛନ୍ତି।

ଏହାକୁ ଶେୟାର କରିଥିବା ଜଣେ ବ୍ୟକ୍ତି ଟ୍ୱିଟରରେ ଲେଖିଛନ୍ତି, ଆପଣ ଯେତେବେଳେ ଠିକ୍‌ ଅଛନ୍ତି, ଏହା ଆପଣଙ୍କୁ ଶକ୍ତି ଯୋଗାଇବ। ଏହି ମହିଳା ଜଣକ ବସ୍‌ ଡ୍ରାଇଭରକୁ ଗୋଟିଏ ଇଞ୍ଚ ମଧ୍ୟ ଆଗକୁ ଆସିବାକୁ ଦେଲେନି। ଏହା ପ୍ରଶଂସନୀୟ ନିଶ୍ଚୟ। ଏହାପରେ ଏହି ଭିଡିଓ ବେଶ୍‌ କିଛି ରିଟ୍ୱିଟ୍‌ ଏବଂ ପ୍ରଶଂସା ସାଉଁଟି ସାରିଲାଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।