ବାଗ୍‌ଦାଦରେ ବୋମା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ବାଗ୍‌ଦାଦ୍‌: ବାଗ୍‌ଦାଦରେ ହୋଇଥିବା ଡବଲ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏହି ବିସ୍ଫୋରଣରେ ୩୯ ଜଣ ମଧ୍ୟ ଆହତ ହୋଇଛନ୍ତି ବୋଲି ଆଜି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଜଣେ ଉଚ୍ଚପଦସ୍ଥ ପୋଲିସ କର୍ମଚାରୀ କହିଛନ୍ତି,“ପୂର୍ବ ବାଗ୍‌ଦାଦର ଅଲ୍‌-ନାଖିଲ ମଲ୍‌ ନିକଟରେ ଘଟିଥିବା ୨ଟି ବୋମା ବିସ୍ଫୋରଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।”

bagdad

Rakesh Mallick
  • Published: Sunday, 11 September 2016
  • , Updated: 04 May 2017, 03:44 PM IST

ବାଗ୍‌ଦାଦ୍‌: ବାଗ୍‌ଦାଦରେ ହୋଇଥିବା ଡବଲ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏହି ବିସ୍ଫୋରଣରେ ୩୯ ଜଣ ମଧ୍ୟ ଆହତ ହୋଇଛନ୍ତି ବୋଲି ଆଜି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।

ଜଣେ ଉଚ୍ଚପଦସ୍ଥ ପୋଲିସ କର୍ମଚାରୀ କହିଛନ୍ତି,“ପୂର୍ବ ବାଗ୍‌ଦାଦର ଅଲ୍‌-ନାଖିଲ ମଲ୍‌ ନିକଟରେ ଘଟିଥିବା ୨ଟି ବୋମା ବିସ୍ଫୋରଣରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଯୋଗାଇ ଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।”

Related story