ଢାକା: ବାଂଲାଦେଶର ରାଜଧାନୀ ଢାକା ସମେତ ୧୪ ଜିଲ୍ଲାରେ ବ୍ରଜପାତ ଘଟି ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ, ମହିଳା ଓ କୃଷକ ଅଛନ୍ତି। ପାୱନରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିରାଜଗଞ୍ଜ ଓ ରାଜସାହିରେ ୧୦, ଫିରାଜଗଞ୍ଜ ଓ ବ୍ରାହାମନବଡିଆରେ ୮ ଜଣଙ୍କ ମୃତ୍ୟୁ ଘଟିଛି।
ଢାକାରେ ଏକ ଇଞ୍ଜିନିୟରିଂ କଲେଜ ପଡିଆରେ ଖେଳୁଥିବା ବେଳେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।
ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ବ୍ରଜପାତ ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।