ବେଲୁଚିସ୍ତାନର ସ୍ୱାଧୀନତାକୁ ଆମେ ସମର୍ଥନ କରୁନାହୁଁ: ଆମେରିକା

ୱାଶିଂଟନ: “ଆମେରିକା ପାକିସ୍ତାରର ଏକତା ଓ ଅଖଣ୍ଡତାକୁ ସମର୍ଥନ କରୁଛି। ଆମେ ବେଲୁଚିସ୍ତାନର ସ୍ୱାଧୀନତାକୁ ସମର୍ଥନ କରୁନାହୁଁ” ବୋଲି ଆଜି ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା ଜନ୍‌ କିର୍ବୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବେଲୁଚିସ୍ତାନର ସ୍ୱତନ୍ତ୍ରତା ପାଇଁ ଚାଲିଥିବା ଆନ୍ଦୋଳନ ଓ ପାକିସ୍ତାନ ସେନାର ମାନବାଧିକାର ଉଲ୍ଲଂଘନକୁ ନେଇ ଏକ ପ୍ରଶ୍ନରେ କିର୍ବୀ ଏପରି ମନ୍ତବ୍ୟ ଦେଇଛନ୍ତି। ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ। ମୋଦି ଏହି ପ୍ରସଙ୍ଗ ଉଠାଇବାର […]

balouchistan

Rakesh Mallick
  • Published: Tuesday, 13 September 2016
  • , Updated: 04 May 2017, 03:44 PM IST

ୱାଶିଂଟନ: “ଆମେରିକା ପାକିସ୍ତାରର ଏକତା ଓ ଅଖଣ୍ଡତାକୁ ସମର୍ଥନ କରୁଛି। ଆମେ ବେଲୁଚିସ୍ତାନର ସ୍ୱାଧୀନତାକୁ ସମର୍ଥନ କରୁନାହୁଁ” ବୋଲି ଆଜି ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା ଜନ୍‌ କିର୍ବୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବେଲୁଚିସ୍ତାନର ସ୍ୱତନ୍ତ୍ରତା ପାଇଁ ଚାଲିଥିବା ଆନ୍ଦୋଳନ ଓ ପାକିସ୍ତାନ ସେନାର ମାନବାଧିକାର ଉଲ୍ଲଂଘନକୁ ନେଇ ଏକ ପ୍ରଶ୍ନରେ କିର୍ବୀ ଏପରି ମନ୍ତବ୍ୟ ଦେଇଛନ୍ତି।

ଗତ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଲୁଚିସ୍ତାନ ପ୍ରସଙ୍ଗ ଉଠାଇଥିଲେ। ମୋଦି ଏହି ପ୍ରସଙ୍ଗ ଉଠାଇବାର କିଛି ସମୟ ପରେ ବେଲୁଚିସ୍ତାନକୁ ସମର୍ଥନକାରୀମାନେ ରାସ୍ତାକୁ ଓହ୍ଲାଇ ପାକିସ୍ତାନ ସରକାର ବିରୋଧରେ ସ୍ଲୋଗାନ ଦେବା ସହ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ।

Related story