ନୂଆଦିଲ୍ଲୀ: ସାରା ଦେଶରେ ଜନସନ ଆଣ୍ଡ ଜନସନ କମ୍ପାନୀର ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ଉପରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ରୋକ ଲଗାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଏହାର ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଶିଶୁ ସୁରକ୍ଷା ଆୟୋଗ। ମାସେ ତଳେ ରାଜସ୍ଥାନ ଡ୍ରଗ କଣ୍ଚ୍ରୋଲ ଅର୍ଗାନାଇଜେସନ ଦ୍ୱାରା ପରୀକ୍ଷା ହୋଇଥିବା ଜନସନ ବେବି ଶ୍ୟାମ୍ପୁରେ ଫର୍ମାଲ ଡିହାଇଡ ରହିଥିବା ଜଣାପଡ଼ିଥିଲା। ଯାହାକି କ୍ୟାନସର ପାଇଁ ଅନୁକୁଳ ପରିସ୍ଥିତି ସୃଷ୍ଟି କରିଥାଏ ବୋଲି ରିପୋର୍ଟରେ କୁହାଯାଇଥିଲା। ଏବେ ରାଜସ୍ଥାନ କଣ୍ଚ୍ରୋଲ ଅର୍ଗାନାଇଜେସନର ରିପୋର୍ଟକୁ ଆଧାର କରି ଶିଶୁ ସୁରକ୍ଷା ଆୟୋଗ ଜନସନ ପାଉଡର ଏବଂ ଶ୍ୟାମ୍ପୁ ବିକ୍ରି ଉପରେ ରୋକ ଲଗାଇଛନ୍ତି।
National Commission for Protection of Child Rights in a letter to Chief Secretaries of all states and UTs directs to stop sale of Johnson&Johnson baby shampoo in their respective states and also removing product stocked at shops, on basis of sample testing report from Rajasthan. https://t.co/Dn5iQ6Vhwi
— ANI (@ANI) April 27, 2019
ଏଥିସହ ଆନ୍ଧ୍ର ପ୍ରଦେଶ, ଝାରଖଣ୍ଡ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଆସାମର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପାଉଡର ଏବଂ ଶ୍ୟାମ୍ପୁର ନମୁନା ସଂଗ୍ରହ କରି ରିପୋର୍ଟ ଦେବାକୁ କହିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଜନସନ ପାଉଡର ଏବଂ ଶ୍ୟାମ୍ପୁରେ କାରସିନୋଜେନିକ ଏବଂ ଆଜବେଷ୍ଟସ ଥିବା ନେଇ ଖବର ପ୍ରସାରଣ ହୋଇଥିଲା।
ତେବେ ପୂର୍ବରୁ ୨୦୧୧ ଫେବୃଆରୀରେ ଅନ୍ତର୍ଜାତୀୟ ମ୍ୟାଗାଜିନ 'ଫୋର୍ବସ'ରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ କ୍ୟାନସରକୁ ନେଇ ଗବେଷଣା କରୁଥିବା ଅନ୍ତର୍ଜାତୀୟ ସଂସ୍ଥା(ଓଇଜଉ) ଦର୍ଶାଇଥିଲା ଯେ ଫର୍ମାଲ ଡିହାଇଡ କ୍ୟାନସର ରୋଗର ଅନ୍ୟତମ କାରଣ। ଏହାପରେ ୨୦୧୧ ଜୁନରେ ଆମେରିକା ସରକାର ଫର୍ମାଲ ଡିହାଇଡ କ୍ୟାନସରର ବାହକ ବୋଲି ଘୋଷଣା କରିଥିଲେ। ଏହାପରେ ୨୦୧୪ରେ ଜନସନ ଆଣ୍ଡ ଜନସନ ସ୍ପଷ୍ଟୀକରଣ ରଖି କହିଥିଲା ଯେ କ୍ଷତିକାରକ ଫର୍ମାଲ ଡିହାଇଡକୁ ବ୍ୟବହାର କରାଯାଉ ନାହିଁ।
ମାର୍ଚ୍ଚ ୫ରେ ଡ୍ରଗ କଣ୍ଟ୍ରୋଲ ଅର୍ଗାନାଇଜେସନ ଦେଶର ଥିବା ସମସ୍ତ ରାଜ୍ୟକୁ ଜନସନ ବେବି ଶ୍ୟାମ୍ପୁକୁ ପ୍ରତ୍ୟାହାର କରିନେବା ପାଇଁ କହିଥିଲା। ଏହି ପରୀକ୍ଷା ଫେବୃଆରୀ ୧୬ରୁ ଫେବୃଆରୀ ୨୮ ମଧ୍ୟରେ ହୋଇଥିଲା। ତେବେ ଜନସନ କମ୍ପାନୀର ମୁଖପାତ୍ର ଏପ୍ରିଲ ମାସ ଆରମ୍ଭରେ ସ୍ପଷ୍ଟୀକରଣ ରଖି କହିଥିଲେ ଜନସନର ସମସ୍ତ ପ୍ରଡକ୍ଟ ନିରାପଦ ବୋଲି ବିଶ୍ୱସ୍ତରରେ ସାର୍ଟିଫିକେଟ ପାଇଛି। ତେବେ ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲ କିଭଳି ପରୀକ୍ଷା କରୁଛି ସେ ନେଇ କମ୍ପାନୀ ଅବଗତ ନାହିଁ। ଅଭିଯୋଗ ପାଇବା ପରେ ପୁଣିଥରେ କମ୍ପାନୀ ଲ୍ୟାବ ପରୀକ୍ଷା ପାଇଁ ପଠାଇଛି ବୋଲି କମ୍ପାନୀର ମୁଖପାତ୍ର କହିଥିଲେ।